୦୪ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଦଶପଲ୍ଲା :-> ରାଜ୍ୟରେ ବଦଳିଛି ସରକାର, ହେଲେ ବଦଳିନାହିଁ ଓଡିଶା ର ସ୍ଥିତି । ଏହାର ଜ୍ବଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ପଶ୍ଚିମାଞ୍ଚଳ ରେ । ପୁଣି ଷ୍ଟ୍ରେଚରରେ ବୁହା ହେଲେ ରୋଗୀ l ଘରକୁ ରାସ୍ତା ନଥିବାରୁ ପ୍ରାୟ ୧ କିଲୋମିଟର ଷ୍ଟ୍ରେଚରରେ ରୋଗୀଙ୍କୁ ବୋହି ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡିଛି l ଏଭଳି ଚିତ୍ର ସାମ୍ନାକୁ ଆସିଛି ଦଶପଲ୍ଲା ବ୍ଲକରୁ । ସୂଚନା ଅନୁସାରେ ବାଣିଗୋଛା ଥାନା ଅନ୍ତର୍ଗତ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ଜାମୁସାହି ଦୁଡୁକିପାଜୁ ଗ୍ରାମର ମାନସୀ ନାୟକ ବହୁଦିନ ଧରି ଅସୁସ୍ଥ ହୋଇ ଯନ୍ତ୍ରଣା ଭୋଗୁଥିଲେ l ଏ ଖବର ହୀରାଂଚଳ ସମେତ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପରେ , କିଛି ଗଣମାଧ୍ୟମ ପ୍ରତିନିଧି ଓ ପଵନପୁତ୍ର ସେବାସମିତି ର ସଭ୍ଯମାନେ , ମାନସୀଙ୍କୁ ଡାକ୍ତରଖାନା ନେବା ପାଇଁ ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ l

ହେଲେ ଘରକୁ ରାସ୍ତା ନଥିବା ଆମ୍ବୁଲାନ୍ସ ଅଧାରାସ୍ତାରେ ଅଟକି ରହିଥିଲା l ଆମ୍ବୁଲାନ୍ସ କର୍ମଚାରୀ ଓ ସ୍ବେଛାସେବୀ ସଂଗଠନ ପବନପୁତ୍ର ସେବା ସମିତିର ସଦସ୍ୟମାନେ ମହିଳା ରୋଗୀଙ୍କୁ ପ୍ରାୟ ୧ କିଲୋମିଟର କାଦୁଅ ରାସ୍ତାରେ ଷ୍ଟ୍ରେଚରରେ ବୋହିବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ l ପରେ ରୋଗୀଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦଶପଲ୍ଲା ଡାକ୍ତରଖାନା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l
ଏଠାରେ ସୂଚନାଯୋଗ୍ୟ ଯେ,
ମାନସୀ ଜଣେ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଅତ୍ୟନ୍ତ ଗରିବ ମହିଳା ଅଟନ୍ତି । ତାକଂ ସ୍ବାମୀ ମୁଲ ମଜୁରୀ କରି ପରିବାର ପ୍ରତିପୋପଣ କରୁଥିବାବେଳେ, ମାନସୀକଂ ଅଜଣା ରୋଗ ପରିବାର ପାଇଁ ବୋଝ ଉପରେ ନଳିତା ବିଡା ଭଳି ଦାଉସାଧିଛି । ଏ ସମ୍ପର୍କରେ ସ୍ଥାନୀୟ କୁଲୁରୁକୁମ୍ପା ସରପଞ୍ଚ କୁଂ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ , ସେ ଫୋନ୍ ଉଠାଇ ନ ଥିଲେ ।

କିଛି ଗଣମାଧ୍ୟମ ପ୍ରତିନିଧି ସରପଞ୍ଚ କୁଂ ଏ ବିଷୟରେ ଅବଗତ କରିବାପାଇଁ ପଂଚାୟତ କାର୍ଯ୍ୟାଳୟ ଓ ସରପଞ୍ଚ କଂ ବାସଭବନକୁ ଯାଇଥିଲେ ମଧ୍ୟ ସରପଞ୍ଚ କଂ ଦେଖା ମିଳି ନ ଥିଲା । ଶେଷରେ ନିରୁପାୟ ହୋଇ ଗ୍ରାମବାସୀ ଓ ପରିବାର ଲୋକେ ଦଶପଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପବନପୁତ୍ର ସେବା ସମିତି ଓ ଗଣମାଧ୍ୟମ ପ୍ରତିନିଧି କଂ ସହାୟତାରେ ମାନସୀ କୁଂ ଆଜି କାଦୁଅ ରାସ୍ତାରେ ୧ କିଲୋମିଟର ବୋହି ବୋହି ୧୦୮ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା କୁ ପଠାଇଛନ୍ତି ।















