0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ହିଞ୍ଜିଳିକାଟୁ :-> ମଙ୍ଗଳବାର ଅପରାହ୍ନ ସମୟରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୌରାଞ୍ଚଳ ଥାନା ସାହିରେ ଜଣେ ବିବାହିତା ମହିଳା ଘର ଭିତରେ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତକା ଜଣଙ୍କ ହେଲେ ଥାନା ସାହିର ସ୍ୱପ୍ନା ପାଢି (୪୨) । ମୃତା ମହିଳା ଜଣଙ୍କ ପରିବାର ସହ ଦିଲ୍ଲୀରେ ରହୁଥିବା ବେଳେ ଗତ କିଛି ଦିନ ପୂର୍ବେ ଝିଆରୀର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ହିଞ୍ଜିଳିକାଟୁ ଆସିଥିଲେ । ଝିଆରୀ ବାହାଘରର ୨ ଦିନ ପରେ ପରିବାର ସଦସ୍ୟ ମଙ୍ଗଳବାର ବୁଲିବାକୁ ନିକଟସ୍ଥ ଅଞ୍ଚଳକୁ ଯାଇଥିବା ବେଳେ ମହିଳା ଜଣଙ୍କ ଘରେ ଏକାକୀ ଥିଲେ । ପରିବାର ସଦସ୍ୟ ଘରକୁ ଫେରିବା ବେଳେ ମହିଳା ଜଣଙ୍କ ଘରର ସିଲିଂ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ ।

© 2023 Odisha Taza News.