No Result
View All Result


0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ଖୋର୍ଦ୍ଧାଜିଲ୍ଲା ,ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ର ସମ୍ମିଳନୀ ବୈଠକ ଗୃହ ମଧ୍ୟରେ ସମ୍ପୂର୍ଣ୍ଣ ଜିଲ୍ଲା ରେ ଥିବା ଲବଙ୍ଗିରି ସରକାରୀ ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମୁରଲିଧର ପରିଡା, କ୍ଷେତ୍ରପଲି ସରକାରୀ ଉଚ୍ଚବିଦ୍ୟାଳୟର ଅକ୍ଷୟ କୁମାର ପାତ୍ର, ଗୋପିନାଥ ଦେବ ରସୁଲଗଡ଼ ସ୍କୁଲ ର ଶିକ୍ଷୟତ୍ରୀ ସବିତା କୁମାରୀ ମହାନ୍ତି, କୁଦିୟାରି ସ୍କୁଲର ଉଷାରାଣୀ ମିଶ୍ର, ଦାରୁଠେଙ୍ଗ ଉଚ୍ଚବିଦ୍ୟାଳୟର ପି. ଇ. ଟି ଭରତ ଚନ୍ଦ୍ର ପରିଡା ,ବନମାଳୀପୁର ସ୍କୁଲର ମନୋରମା ବରାଳ,

କେ ସି ଜି ସଂସ୍କୃତ ବିଦ୍ୟାପୀଠ ର ମୀନତି ଦାସ, କ୍ଷେତ୍ରପଲି କୁହ ବିଦ୍ୟାଳୟର ଅମୂଲ୍ୟ କୁମାର ସେନାପତି, କୁହୁଡ଼ି ବାଳିକା ଉଚ୍ଚବିଦ୍ୟାଳୟର ର ପ୍ରଧାନ ଶିକ୍ଷୟିତ୍ରୀ ବିଶ୍ୱକଲ୍ଯାଣୀ ପଣ୍ଡା , ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ତିଳୋତ୍ତମା ଦେବୀ ଏବଂ ବାପୁଜୀ ବିଦ୍ୟାପୀଠ ବାରିମୁଣ୍ଡା ର କୈଳାସ ଚନ୍ଦ୍ର ସାହୁ ପ୍ରମୁଖ ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଚତୁର୍ଥଶ୍ରେଣୀ ଙ୍କୁ ଖୋର୍ଦ୍ଧାଜିଲା ଡି.ଇ.ଓ ବିଶ୍ୱନାଥ ତରେଇ ଏବଂ ଏ.ଡି.ଇ.ଓ ସ୍ନିଗ୍ଧାରାଣୀ ମିଶ୍ର ଅବସର କାଳୀନ ସମ୍ବର୍ଦ୍ଧନା ଜଣାଇ ଅବସର ଦିନରେ ସମ୍ପୂର୍ଣ୍ଣ ପେନସନ୍ ପ୍ରଦାନ କହିଛନ୍ତି ।

ତେବେ ଆଗରୁ ଏହି ବିଭାଗରେ ସରକାରୀ କର୍ମଚାରୀମାନେ ଅବସର ପରେ ପେନସନ୍ ପାଇବାରେ ଅନେକ ବିଳମ୍ବ ଏବଂ ବିଫଳତାର ସମୂଖୀନ ହେଉଥିବାର ନଜିର ରହିଛି କିନ୍ତୁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ତରାଇ ଭବିଷ୍ୟତ ରେ ଅବସର ନେବାକୁ ଥିବା ଜିଲା ଶିକ୍ଷାବିଭାଗର କର୍ମଚାରୀମାନଙ୍କର ୪ ମାସ ପୂର୍ବରୁ ଦସ୍ତାବିଜ୍ କାଗଜ ପତ୍ର ସଂଗ୍ରହ କରି କର୍ମଚାରୀ ନେବାକୁଥିବା ଅବସର ଦିବସରେ ସମ୍ପୂର୍ଣ୍ଣ ପେନସନ୍ ଯୋଗାଇ ଦେବାରେ ସଫଳ ହୋଇଛନ୍ତି । ଏହା ଖୋର୍ଦ୍ଧାଜିଲ୍ଲା ରେ ପ୍ରଥମ କରି ଶ୍ରୀଯୁକ୍ତ ତରାଇ ଆରମ୍ଭ କରିଥିବାରୁ ଶିକ୍ଷକ ମହଲରେ ପ୍ରସଂଶା ସାଉଁଟିଛନ୍ତି ।

No Result
View All Result