No Result
View All Result
0୨ ଜୁଲାଇ ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଏକାଡାଳିଆ ସାହିସ୍ଥିତ ବାସଭବନଠାରେ ରାଜସୁନାଖଳା ସୃତି କମିଟି ଆବାହକ ସବ୍ୟସାଚୀ ସେନାପତିଙ୍କ ସଭାପତିତ୍ୱରେ ରାଜସୁନାଖଳା ଅଞ୍ଚଳର ଜନପ୍ରିୟ ବିଶିଷ୍ଟ ବାମପନ୍ଥୀ ନେତା ସ୍ବର୍ଗତ ରବୀନ୍ଦ୍ର କୁମାର ସାହୁଙ୍କ ପ୍ରଥମ ଶ୍ରଦ୍ଧା ବାର୍ଷିକ ଆଜି ଅନୁଷ୍ଠିତ ହୋଇଯାଇଅଛି ! ଏହି ସୃତି ଚରଣ ସଭା କାର୍ଯ୍ୟକ୍ରମରେ ପ୍ରଥମେ ସ୍ବର୍ଗତ ସାହୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ପରେ ଏକ ମିନିଟ ଶୋକ ଶ୍ରଦ୍ଧାଞ୍ଜଳି ଜଣା ଯାଇଥିଲା ।

ଶ୍ରୀ ସାହୁ ବଞ୍ଚି ଥିବା ପର୍ଯ୍ୟନ୍ତ ସମାଜର ପରିବର୍ତ୍ତନ ସାଙ୍ଗକୁ ସାଧାରଣ ଜନତାଙ୍କ ସେବାକୁ ବ୍ରତ ଭାବେ ଗ୍ରହଣ କରିଥିଲେ ବୋଲି ବକ୍ତାମାନେ କହି କରିଥିଲେ।ରାଜସୁନାଖଳା ଅଞ୍ଚଳରେ ଜଣେ ନ୍ୟାୟିକ ବ୍ୟକ୍ତି ଭାବେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାକୁ ସେ ସରଳ ସମାଧାନ କରି ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିଲେ। ଚାଷ ଓ ଚାଷୀମାନଙ୍କ ଆନ୍ଦୋଳନର ଜଣେ ଛାମ୍ମୁଆ ରଥୀ ଭାବେ କାର୍ଯ୍ୟ କରିଥିଲେ।

ସେ ଚାଷୀ, ଗରୀବ, ଖଟିଖିଆ, ମୂଲିଆଦିନ ମଜୁରିଆଙ୍କର ଥିଲେ ସ୍ୱର ଓ ସାଲିସି ହୀନ ସଂଗ୍ରାମର ସାରଥୀ। ସେ ଜଣେ ମେଳାପୀ, ମିଷ୍ଠ ଭାଷୀ, ନ୍ୟାୟବନ୍ତ , ଧର୍ମପରାୟଣ, ସମାଜସେବୀ ଓ ପରୋପକାରୀ ବ୍ୟକ୍ତି ଭାବେ ରାଜସୁନାଖଳା ଅଞ୍ଚଳରେ ବେଶ ପରିଚିତ ଥିଲେ।ସେତେବେଳେ ସେ ନିଜେ ଚାଲି ଚାଲି ଗାଁକୁ ଗାଁ ଯାଇ ସମାଜ ପରିବର୍ତ୍ତନର ବାର୍ତ୍ତା ଦେଉଥିଲେ। ଅସ୍ଥିର ସମାଜରେ ଅବିଚଳିତ ନ ହୋଇ ସମାଜର ପ୍ରତିକୂଳ ଗତିରେ ଶେଷ ଜୀବନ ପର୍ଯ୍ୟନ୍ତ କାର୍ଯ୍ୟ କରି ସମସ୍ତ ଅଞ୍ଚଳରେ ଲୋକମାନଙ୍କର ପ୍ରିୟ ନେତା କଥିଲେ ।

ଏଭଳି ଜଣେ ଦାୟିତ୍ୱବାନ,ସ୍ବସ୍ଛ, ଓ କର୍ମନିଷ୍ଠ ବ୍ୟକ୍ତିଙ୍କ ଅଧୁରା ସ୍ଵପ୍ନ କୁ ସାକାର କରିବାକୁ ଆଲୋଚକମାନେ ନିବେଦନ କରିଥିଲେ।ପରିଶେଷରେ ସ୍ବର୍ଗତ ରବୀନ୍ଦ୍ର କୁମାର ସାହୁଙ୍କର ଏକ ମାତ୍ର ପୁଅ ତୃପିତି ରଞ୍ଜନ ସାହୁ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି ସଭାରେ ଧନ୍ୟବାଦ ଦେବା ସହ ସାମିଲି ହୋଇଥିବା ସମସ୍ତ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ (ଏମ ) ନେତା ତଥା ସମାଜସେବୀ ସୁରେଶ ସ୍ବାଇଁ,ଦୁଃଶାସନ ଜେନା, ପ୍ରାଧ୍ୟାପକ ବସନ୍ତ ସାମନ୍ତରାୟ,ମନ ମୋହନ ସାହୁ,ସଦାଶିବ ସାହୁ, ସଞ୍ଜୁକ୍ତା ସେଠୀ,ମଦନ ସାହୁ ଓ ବବିତା ସାହୁ ପ୍ରମ୍ମୁଖ ଆଲୋଚନା କରିଥିଲେ ।



No Result
View All Result