No Result
View All Result
୩୦ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା-ଜଟଣୀ :-> ଘରୋଇ କଳି କାଳନ ହୋଇଛି। ଗୋଟିଏ ପରିବାରର ଦାଦା ଓ ପୁତୁରା କୂଅକୁ ଡେଇଁଛନ୍ତି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌରପରିଷଦ ଅନ୍ତର୍ଗତ ୧୨ ନମ୍ବର ଓ୍ବାର୍ଡ ଗୋଡ଼ାଧର୍ମସାଗର ଗାଁରେ ଆଜି ରବିବାର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ପୁତୁରା ହେଲେ ନିଖିଳ ନାୟକ (୧୮) ଓ ଦାଦା ଦୁଲାରାମ ନାୟକ (୫୦)।

ସୂଚନା ଅନୁସାରେ ଜଟଣୀ ଥାନା ଅନ୍ତର୍ଗତ ଗୋଡ଼ାଧର୍ମ ସାଗରରେ ଦୁଲାରାମ ନାୟକଙ୍କ ପରିବାରରେ କୌଣସି କାରଣକୁ ନେଇ କଳି ହୋଇଥିଲା । ଏହା ପରେ ପୁତୁରା ନିଖିଳ ନାୟକ କୂଅକୁ ଡେଇଁଥିଲେ । ପୁତୁରାକୁ ବଞ୍ଚାଇବା ପାଇଁ ଦାଦା ଦୁଲାରାମ ନାୟକ ମଧ୍ୟ କୂଅକୁ ଡେଇଁଥିଲେ। ସେ ପୁତୁରାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ କୂଅ ଭିତରୁ କୌଣସି ଶଦ୍ଦ ଶୁଣାଯାଇ ନଥିଲା । ପରିବାର ଲୋକେ ଏନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ପୋଲିସ ଉପସ୍ଥିତିରେ କୂଅ ଭିତରୁ ୨ଟି ମୃତଦେହ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ ସେଠାରେ ଡ଼କ୍ଟର ତାଙ୍କୁ ମୃତ୍ୟୁ ଘୋଷଣା କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ପୋଲିସ୍ ଅଧିକ ତଦନ୍ତ ଜାରି ରଖିଛି ।

No Result
View All Result