No Result
View All Result
୨୯ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ଗ୍ରାଣ୍ଡ ବଜାର ନିକଟରେ ରବିବାର ଅପରାହ୍ନ ସାଢ଼େ ତିନିଟା ସମୟରେ ଭୁବନେଶ୍ୱରରୁ କଟକ ଯାଉଥିବା OD-02-CT- 9400 ନମ୍ବର ଏକ କାର ଏକ ଟ୍ରକ ପଛରେ ପିଟିହୋଇ ଡିଭାଇଡ଼ରରେ ମଡ଼ହୋଇ ଅଟକି ଯାଇଥିଲା । ଦୁର୍ଘଟଣା ଗ୍ରସ୍ତ କାର ରାସ୍ତା ଉପରେ ଠିଆ ହୋଇଥିଲା ବେଳେ ହଠାତ ,

ଉକ୍ତ କାର ପଛପଟୁ ଏକ ଯାତ୍ରୀବାହି ବସ ଧକ୍କା ଦେଇ ପଳାଇଥିଲା । ଯାହାଫଳରେ କାର ଚାଳକ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଥିଲେ । ଏହି ଦୁର୍ଘଣା ଘଟିବା ଫଳରେ ସେହି ରାସ୍ତାରେ କିଛି ସମୟ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଏନ ଏଚ ପୋଲି ଏବଂ କଟକ ସଦର ଥାନା ପିସିଆର ପହଞ୍ଚି ଯାନବାହନ ଚଳାଚଳର ସୁବ୍ୟବସ୍ଥା କରିଥିଲେ ।

No Result
View All Result