No Result
View All Result
୨୭ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ ସମୟରେ କାକୁଡି ଖାଇ ଛକକୁ କଂକ୍ରିଟ ରାସ୍ତାରେ ସମତଳ କରାଯାଇଥିଲା । ରାସ୍ତା ନିର୍ମାଣକାରୀ ସଂସ୍ଥାର ଦୂରଦୃଷ୍ଟି ଅଭାବରୁ ଗୋଟିଏ ଟ୍ୟୁବେଲ ସେଠାରେ ପୋତି ହୋଇଯାଇଛି । ସେହି ଟ୍ୟୁବେଲ ଲମ୍ବା ହାଣ୍ଡେଲ ରାସ୍ତା ଉପରେ ଲାଗି ରହିଛି । ରାସ୍ତାଟି ସମତଳ ହେବା ପରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନେ ସେହି ପଟେ ଯାଆସ କରିବା ସମୟରେ ହାଣ୍ଡେଲରେ ଗୋଡ ବାଜି ଝୁଣ୍ଟି ପଡି ଆହତ ହେଉଛନ୍ତି ।
ଆଉ ୯ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଲକ୍ଷାଧିକ ଯାତ୍ରୀ ସେହିବାରର ଦେଇ ଯାଆସ କରିବେ । ଜନସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏହାକୁ ଦେଖି ମଧ୍ଯ ନିରବ ରହୁଛନ୍ତି । ରାସ୍ତା କାମ ସମୟରେ ଠିକାଦାରଙ୍କ ଦୂରଦୃଷ୍ଟି ଅଭାବରୁ ଏଭଳି ବ୍ଯତିକ୍ରମ ହୋଇଛି ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତି । ରଥଯାତ୍ରା ପୂର୍ବରୁ ଏଠାରୁ ଟ୍ୟୁବେଲ ଉଠାଇ ସମତଳ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

No Result
View All Result