No Result
View All Result
ସନ୍ଧ୍ୟାରେ ଗଜନନ ବେଶ ଦର୍ଶନ କଲେ ଶତାଧିକ ଭକ୍ତ
୨୨ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଶନିବାରଦିନ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଦେବ ସ୍ନାନପୂର୍ଣ୍ଣିମା ଓ ଗଜାନନ ବେଶ ମହା ଆଡମ୍ବର ପୁର୍ଣ ଭାବେ ପାଳିତ ହୋଇଯାଇଅଛି ! ଏହି ଦେବ ସ୍ନାନପୂର୍ଣ୍ଣିମା ସକାଳ ଭୋର ୪ଟା ମଙ୍ଗଳ ଆଳତି,୭ଟାରେ ଶୁଖୁଲି ଭୋଗ,୧୧ଟାରେ ପହଣ୍ଡିବିଜେ,୧:୩୦ଟାରେ ସ୍ନାନ ନୀତି, ୨:୩୦ରେ ଗଜାନନ ବେଶ ନୀତି,

୩ଟାରେ ଶୁଙ୍ଖୁଡି ଭୋଗ, ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ସହିତ ଗଜାନନ ବେଶ ଦେଖିବାପାଇଁ ଶତାଧିକ ମହିଳା ଓ ପୁରଷ ଶ୍ରଦ୍ଧାଳୁ ଭକ୍ତମାନେ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ ! ଠାକୁରଙ୍କ ସମସ୍ତ ନୀତିକୁ ପଣ୍ଡିତ ଗୌରମୋହନ ମିଶ୍ର, ସତ୍ୟନାରାୟଣ ମହାପାତ୍ର ରଶ୍ମିରଂଜନ ଷଡ଼ଙ୍ଗୀ ପରିଚାଳନା କରିଥିବାବେଳେ ମନ୍ଦିର ପୂଜକ ଜୟକୃଷ୍ଣ ମିଶ୍ର, ଜଗନ ରାଣ, ନାରାୟଣ ରଣା,

ଲଷ୍ମୀଧର ଭଞ୍ଜ, ଜଗନ ନାୟକ, ଶୁଶାନ୍ତ କୁମାର ନାୟକ, କବିନ୍ଦ୍ର ମହାପାତ୍ର, ସୁରଜ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ ! ରାତି ୯୩୦ରେ ମନ୍ଦିର ବିଜେ, ଅଣସର ନୀତି ଅନୁଷ୍ଠିତ ହୋଇଥିଲା ! ଦେବସ୍ନାନ ପୁର୍ଣିମା କାର୍ଯ୍ୟକ୍ରମକୁ ଶ୍ରୀଶ୍ରୀଶ୍ରୀ ଜଗନ୍ନାଥ ବହୁବିଦ୍ଧ ଉର୍ନୟନ ପରିଷଦ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ରହି ସହଯୋଗ କରି ଶାନ୍ତି ଶୃଙ୍ଖଳାର ପରିଚାଳନା କରିଥିଲେ !


No Result
View All Result