No Result
View All Result
୨୧ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖୋର୍ଦ୍ଧା ଜିଲ୍ଲା :-> ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଦେଉଳି ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପରିଚାଳକ ବିନୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ପ୍ରାୟ ଏକ ଶହରୁ ଉର୍ଦ୍ଧ ଅଭିଭାବକ, ଗୁରୁଜୀ, ଗୁରମା ,

ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ସ୍ଥାନୀୟ ଯୋଗ ପ୍ରେମୀ ମାନେ ଯୋଗ ଦେଇ ଯୋଗ ଶିକ୍ଷା ଲାଭ କରିବା ସହ ଯୋଗ କରିବା ଦ୍ୱାରା ମଣିଷ ଉପରେ ଏହାର ଗୁଣ ଗୁଡ଼ିକ ଯୋଗାଚାର୍ଯ୍ୟ କେଶବ ଚନ୍ଦ୍ର ଜୟସିଂହ ଙ୍କ ଠାରୁ ଜାଣିବାକୁ ପାଇ ଥିଲେ। ପ୍ରଧାନ ଆଚାର୍ଯ୍ୟ ବାସନ୍ତୀ ବାଳା ମହାପାତ୍ର ଓ ସ୍ଥାନୀୟ ସରପଞ୍ଚ ପ୍ରଦୀପ କୁମାର ବାରିକ ଉପସ୍ଥିତ ରହିଥିଲେ ।ପ୍ରାୟ ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ କାର୍ଯ୍ୟ କ୍ରମ ଚାଲୁ ରହିଥିଲା।

No Result
View All Result