No Result
View All Result
୧୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ପିଏନଭି ଫାଉଣ୍ଡେସନ ପକ୍ଷରୁ ସାରା ଓଡ଼ିଶାରେ ବେଶ୍ ଉତ୍ସାହର ସହ ପାଳିତ ହେଉଥିବା ପର୍ବ ରଜ ମହୋତ୍ସବ ଅବସରରେ କଟକ କ୍ଲବ୍ ଆନେକ୍ସ-୧ ଠାରେ ‘ଉଦ୍ୟମୀ ଓଡ଼ିଆ-ମେଡ ଇନ ଓଡ଼ିଶା’ ନାମକ ଏକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । “ଉଦ୍ୟମୀ ଓଡ଼ିଆ – ମେଡ୍ ଇନ୍ ଓଡ଼ିଶା ଓଡ଼ିଶାର ଉଦ୍ୟୋଗୀ ଏବଂ ବ୍ୟବସାୟୀଙ୍କ ପାଇଁ ଏକ ପଦକ୍ଷେପ, ଯେଉଁମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ରୋଜଗାର, ଅର୍ଥନୈତିକ ମୂଲ୍ୟ ଏବଂ ଏକ ବିଶ୍ୱସନୀୟ ବ୍ୟବସାୟିକ ବ୍ୟବସ୍ଥା ସୃଷ୍ଟି କରି ସେମାନଙ୍କ ସଂଗଠନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିଛନ୍ତି । ପିଆର୍, ଫିଲ୍ମସ, ଇଭେଂଟ ଏବଂ ମେଂଟରିଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଏଭଳି ବ୍ୟକ୍ତି ଏବଂ ସଂଗଠନଗୁଡିକୁ ଚିହ୍ନିବା ଦିଗରେ ଏହି ପଦକ୍ଷେପ କାର୍ଯ୍ୟ କରିବ,
ଯାହା କେବଳ ଏହି ସଂଗଠନଗୁଡ଼ିକୁ ନିଜକୁ ପୁନରୁଦ୍ଧାର କରିବାରେ ସାହାଯ୍ୟ କରିବ ନାହିଁ ବରଂ ବିଶ୍ୱସ୍ତରରେ ପହଂଚିବାରେ ମଧ୍ୟ ସହାୟକ ହେବ । ଏହି ମିଶନ ନୂତନ ଉଦ୍ୟୋଗୀ ଏବଂ ଷ୍ଟାର୍ଟଅପମାନଙ୍କୁ ସେମାନଙ୍କର ନୂତନ ଉଦ୍ୟୋଗଗୁଡିକରେ ସମୟ ପରୀକ୍ଷିତ ମୂଲ୍ୟବୋଧ ଏବଂ ନେଟୱାର୍କିଂ ନିର୍ମାଣ କରିବାକୁ ପ୍ରେରଣା ଏବଂ ଶିଖାଇବା ପାଇଁ ଏକ ଉତପ୍ରେରକ ଭାବରେ କାର୍ଯ୍ୟ କରିବ । ଟିଆଇଇ, ରୋଟାରି କ୍ଲବ, କଟକ କ୍ଲବ, ପ୍ରିଲୁଡ, ମାଇସିଟିଲିଙ୍କସ ଏବଂ ଏମ୍ଓଟିଭି ଭଳି କିଛି ସହଯୋଗୀ ପାଇ ଆମେ ଆନନ୍ଦିତ । ଏହି ପଦକ୍ଷେପକୁ ସ୍ଥାୟୀ ଓ ସଫଳ କରିବା ପାଇଁ ଆମେ ନିଜେ ଅଧିକ ଅଂଶୀଦାର ଏବଂ ଶୁଭେଚ୍ଛୁ ଓ ଉଦ୍ୟୋଗୀଙ୍କୁ ଏକାଠି କରିବାକୁ ଆଶା କରୁଛୁ ବୋଲି ପିଏନଭି ଗ୍ରୁପର ନିର୍ଦେଶକ ସତ୍ୟବ୍ରତ (ସାନୁ) ରଥ କହିଛନ୍ତି ।

ଏହି ଅବସରରେ ଏସସିବି ମେଡିକାଲ କଲେଜର ଏଚଓଡି ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା, ଅଭିନେତା ସତ୍ୟବ୍ରତ କୁନା ତ୍ରିପାଠୀ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, କଟକ କ୍ଲବର ସଚିବ ଯଶବନ୍ତ ଦାସ ଓ କଟକ ରୋଟାଟି କ୍ଲବର ସଭାପତି ସମୀର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉନ୍ମୋଚନ କାର୍ଯ୍ୟକ୍ରମ ଏକ ପ୍ରେରଣାଦାୟକ ଯାତ୍ରାର ଶୁଭାରମ୍ଭ କରିଛି, ଯେଉଁଥିରେ ଉଦ୍ୟୋଗୀଙ୍କ ପାଇଁ ପ୍ରୋଫାଇଲ ଭିଡିଓ ତିଆରି ଆରମ୍ଭ ହୋଇଛି । ଏହି ଭିଡିଓଗୁଡ଼ିକ ସେମାନଙ୍କର ସଫଳତା, ଯାତ୍ରା ଏବଂ ଅବଦାନ ଉପରେ ଆଲୋକପାତ କରିବ ଏବଂ ସେମାନଙ୍କର ଜନସମ୍ପର୍କ ନିର୍ମାଣ ଏବଂ ସେମାନଙ୍କର ଦୃଶ୍ୟମାନତା ବୃଦ୍ଧି ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ । ଏହାବ୍ୟତୀତ ଓଡ଼ିଶା ତଥା ଓଡ଼ିଶା ବାହାରେ ଉଦ୍ୟୋଗୀମାନଙ୍କ ମଧ୍ୟରେ ସହଯୋଗକୁ ସୁଗମ କରିବା, ଏକତା ଏବଂ ପାରସ୍ପରିକ ଅଭିବୃଦ୍ଧିର ଭାବନାକୁ ପ୍ରୋତ୍ସାହିତ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ।
ଉନ୍ମୋଚନ କାର୍ଯ୍ୟକ୍ରମ ପରେ ପିଏନଭି ଫାଉଣ୍ଡେସନ ଏହି ପଦକ୍ଷେପକୁ ବଜାୟ ରଖିବା ଏବଂ ସମ୍ପ୍ରସାରଣ କରିବା ପାଇଁ ଅନେକ କାର୍ଯ୍ୟକଳାପ ଯୋଜନା କରିଛି । ଏଥିରେ ଉତ୍କୃଷ୍ଟ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରିବା ପାଇଁ ପୁରସ୍କାର ସମାରୋହ, ସମ୍ପର୍କ ବଢ଼ାଇବା ପାଇଁ ନେଟୱାର୍କିଂ କାର୍ଯ୍ୟକ୍ରମ ଏବଂ ଉଦୀୟମାନ ଉଦ୍ୟୋଗୀମାନଙ୍କୁ ପ୍ରେରଣା ଓ ଶିକ୍ଷିତ କରିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ । “ଉଦ୍ୟାମୀ ଓଡ଼ିଆ- ମେଡ ଇନ ଓଡ଼ିଶା” କାର୍ଯ୍ୟକ୍ରମ ଓଡ଼ିଆ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଏବଂ ରାଜ୍ୟରେ ଅର୍ଥନୈତିକ ବିକାଶ ଦିଗରେ ଏକ ମାଇଲଖୁଂଟ ହେବ ବୋଲି ପ୍ରତିଶ୍ରୁତି ଦେଇଛି । ଏହି ଉତ୍ସବରେ ସାମିଲ ହୋଇ ଓଡ଼ିଶାର ଜୀବନ୍ତ ବ୍ୟବସାୟୀ ସମୁଦାୟର ବିକାଶରେ ସହଯୋଗ କରିବାକୁ ପିଏନଭି ଫାଉଣ୍ଡେସନ୍ ପକ୍ଷରୁ ସମସ୍ତଙ୍କୁ ଆମନ୍ତ୍ରଣ କରାଯାଇଛି ।

No Result
View All Result