No Result
View All Result
୦୮ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ମା, ଦକ୍ଷିଣକାଳିକା ଦେବୀଙ୍କ ପୀଠରେ ପ୍ରଥମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ମହା ଆଡମ୍ବର ସହକାରେ ରବିବାର ଦିନ ଉଦଯାପିତ ହୋଇ ଯାଇଅଛି ! ଏହି ବିଶ୍ଵଶାନ୍ତି ମହାଯଜ୍ଞ ଗୁରୁବାର ଦିନ ଶୁଭ ଅଙ୍କୁରlରୋପଣ, ଓ ଶାଲା ମଣ୍ଡନ, ଶୁକ୍ରବାରଦିନ କଳସ ଯାତ୍ରା, ବ୍ରହ୍ମlବରଣ, ଅଗ୍ନିସ୍ଥାପନ, ପ୍ରସାଦ ସେବନ ଓ ସଂସୃତିକ କାର୍ଯ୍ୟକ୍ରମ, ଶନିବାରଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲାସଂସ୍କାର, ଚଣ୍ଡୀପାଠ,

ଗବ୍ୟାହୃତି ପ୍ରଦାନ ଓ ସଂl ସ୍କୃତିକ କାର୍ଯ୍ୟକ୍ରମ ଓ ରବିବାର ଦିନ ସୂର୍ଯ୍ୟପୂଜା, ଗୋପୂଜା, ଶାଲା ସଂସ୍କାର, ଗବ୍ୟାହୃତି ପ୍ରଦାନ, ପୂର୍ଣ୍ଣାହୁତି, ଚରୁ ସେବନ ଅନୁଷ୍ଠିତ ହୋଇଥିଲା ! ଏହି ପ୍ରଥମ ବାର୍ଷିକ ମହାଯଜ୍ଞରେ ମୁଖ୍ୟକର୍ତ୍ତା ଭାବେ ସତ୍ୟବାନ ସାହୁ, ସହଧର୍ମିଣୀ ଅହଲ୍ୟା ଓ ସୁରେନ୍ଦ୍ର କୁମାର ସାହୁ ଓ ତାଙ୍କ ଧର୍ମପତ୍ନୀ ସନ୍ତୋଷିନୀ ସାହୁ କର୍ତ୍ତକର୍ତ୍ତୀ ଭାବେ ସମ୍ପାଦନ କରିଥିବଲେ ¡ ଏହି ପ୍ରଥମବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞକୁ ପଣ୍ଡିତ ଗୌରୀମୋହନ ମିଶ୍ର, ପଦ୍ମନାଭ ଦାସ, ଜାନକୀବାଲ୍ଲଭ ଦାସ ,

ଦିଲ୍ଲୀପ କୁମାର ତ୍ରିପାଠୀ ବିଶ୍ୱଜିତ କର ଓ ,ମନ୍ଦିର ପୂଜକ ନାରାୟଣ ରଣା ପ୍ରମୁଖ ଯଜ୍ଞ ପରିଚାଳନା କରିଥିଲେ ! ପ୍ରତିଦିନ ଶତାଧିକ ବ୍ରତ ଧାରୀ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଉ ମାଙ୍କ ଦର୍ଶନ କରି କୃପା ଭିକ୍ଷା ଲାଭ କରିଥିଲେ ଏହି ବିଶ୍ଵଶାନ୍ତି ମହା ଯଜ୍ଞକୁ ରାଜସୁନାଖଳା ଗ୍ରାମବାସୀ ବୃନ୍ଦ ଓ ମା ଦକ୍ଷିଣକାଳୀ ମନ୍ଦିର ପରିଚାଳନା କମିଟିର ସମସ୍ତ ସଭ୍ୟବୃନ୍ଦ ଉପସ୍ଥିତ ରହି ସହଯୋଗ କରି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ ! ଭକ୍ତ ମାନଙ୍କ ପାଇଁ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯାଇ ଥିଲା ।

No Result
View All Result