୫ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନିର୍ବାଚନ ଆରମ୍ଭରୁ ଯାହା ଅନୁମାନ କରାଯାଉଥିଲା, ଶେଷରେ ସେଇଆ ହିଁ ଘଟିଲା । ଆଜି ଫଳାଫଳ ଘୋଷଣା ହେବା ପରେ ଏହା ସମସ୍ତଙ୍କୁ ଚକିତ କରିଛିଜ୍ଝ ଯଦିଓ ନୟାଗଡ଼ ବିଧାୟକ ଭାବେ ତ. ଅରୁଣ କୁମାର ସାହୁ ନିର୍ବାଚିତ ହୋଇଛନ୍ତି, ତଥାପି ବିଜେଡି ଶିବିରରେ ଉତ୍ସାହ ଓ ନେତାମାନଙ୍କ ମଧ୍ୟରେ ସରସତା ଦେଖିବାକୁ ମିଳିନାହିଁ । ଏମିତିକି ଇଭିଏମ୍ରେ ସମସ୍ୟା ପାଇଁ ଗଣତି କିଛି ସମୟ ଅଟକି ରହିଥିବା ବେଳେ ବିଜେଡିର ଅନ୍ୟ ହେଭିୱେଟ୍ଙ୍କ ଭଳି ଅରୁଣ ମଧ୍ୟ ପରାଜିତ ହେଲେ ବୋଲି ଚର୍ଚ୍ଚା ଚାଲିଲା ।
ମାତ୍ର ଏହା ପରେ ପୁଣି ଗଣତି କରାଯାଇଥିବା ବେଳେ ଅରୁଣ ୪୩୯ ଖଣ୍ଡ ଭୋଟରେ ବିଜୟୀ ହୋଇଥିବା ଜଣାପଡ଼ିଥିଲା । କମ୍ ସଂଖ୍ୟକ ଭୋଟ୍ ହେଉ ପଛେ ଅରୁଣଙ୍କ ଏହି ବିଜୟ ବିଜେଡି ନେତାମାନଙ୍କ ମଧ୍ୟରେ ଖୁସି ଆଣି ଦେଇଛି । ଅରୁଣଙ୍କୁ ୮୧,୯୫୯ ଖଣ୍ଡ ଭୋଟ ମିଳିଥିଲା ବେଳେ ପ୍ରତ୍ୟୁଷା ରାଜେଶ୍ଵରୀ ସିଂହଙ୍କୁ ମିଳିଛି ୮୧.୫୨୦ ଖଣ୍ଡ ଭୋଟ୍ ଆରମ୍ଭରୁ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିଲା। କେଉଁ ରାଉଣ୍ଡରେ ଅରୁଣ ଆଗେଇ ଯାଉଥିଲେ ତ, ଆଉ କେଉଁଠି ପ୍ରତ୍ୟୁଷା ବାଜିମାତ କରୁଥିଲେ ।















