ନିମାପଡ଼ା ର ପ୍ରଥମ ମହିଳା ବିଧାୟିକା ହେଲେ ପ୍ରଭାତୀ ପରିଡ଼ା
୪ ଜୁନ୍,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିମାପଡ଼ା :-> ନିମାପଡ଼ା ଗୋଟି ଚାଳନା ରେ ଫେଲ୍ ମାରିଲା ବିଜେଡ଼ି ର ରଣକୌଶଳ। ପୁରୀ ଜିଲ୍ଲା ନିମାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଦିଲ୍ଲିପ ନାୟକ ଙ୍କୁ ୫୦୦୦ ରୁ ଊର୍ଦ୍ଧ୍ବ ଭୋଟ୍ ବ୍ୟବଧାନରେ ରେ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ା ପରାସ୍ତ କରି ୯୫୧୨୬ ଖଣ୍ଡ ଭୋଟ୍ ରେ ଆଗୁଆ ରହି ବିଜୟୀ ହୋଇଛନ୍ତି । ନିମାପଡ଼ା ରେ ବିଜୁଜନତା ଦଳ ର ତିନି ତିନି ଥର ର ବିଧାୟକ ତଥା ଦୃଢ଼ ସଂଗଠକ ସମୀର ଦାଶ ଙ୍କୁ ବିଜୁଜନତା ଦଳ ଟିକେଟ ନ ଦେଇ ଜଣେ ନବାଗତ ପ୍ରାର୍ଥୀ ଦିଲ୍ଲିପ ନାୟକ ଙ୍କୁ ଦଳ ପ୍ରାର୍ଥୀ କରିଥିଲା ।

ଦିଲ୍ଲିପ ଙ୍କ ନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭି, କେ ପାଣ୍ଡିଆନଙ୍କ ସମେତ ୨୦ ରୁ ଊର୍ଦ୍ଧ୍ବ ଷ୍ଟାର ପ୍ରଚାରକ ନିମାପଡ଼ା ରେ ଡେରା ପକାଇଥିଲେ, ଏବଂ ନବାଗତ ପ୍ରାର୍ଥୀ ଦିଲ୍ଲିପ ନାୟକ ଙ୍କ ପାଇଁ ପ୍ରଚାର ଚଳାଇ ଥିଲେ।ମାତ୍ର ସମୀର ଦାଶ ବିଜେଡ଼ି ରୁ ଇସ୍ତଫା ଦେଇ ବିଜେପି ଦଳରେ ଯୋଗୋଦେଇଥିଲେ। ତାଙ୍କର ନିର୍ବାଚନ ରଣକୌଶଳ ଏଭଳି ପ୍ରୟୋଗ କରିଥିଲେ ଯାହାଫଳରେ ଏଠାରେ ଶାସକ ଦଳଶୋଚନୀୟ ପରାଜୟ ବରଣ କରିବାକୁ ପଡିଥିଲା ।

ନିମାପଡ଼ା ରୁ ତିନି ତିନି ଥର ବିଜେପି ରୁ ହାରିଥିବା ପ୍ରଭାତୀ ପରିଡ଼ା ଙ୍କୁ ଚଳିତ ନିର୍ବାଚନରେ ବିଜେପି ଭରଷା କରି ପ୍ରାର୍ଥୀ କରିଥିଲା। ଏବଂ ଶେଷରେ ପ୍ରଭାତୀ ପରିଡ଼ା ଚଳିତ ନିର୍ବାଚନରେ ବିଜେପି ରୁ ବିଧାୟିକା ଭାବେ ବିଜୟୀ ହୋଇଛନ୍ତି। ବିଜୟୀ ହେବା ପରେ ସମୀର ଦାଶ ବିଜେପି ରେ ସାମିଲ୍ ହୋଇଥିବା କାରଣରୁ ଏହା ସମ୍ଭବ ବୋଲି ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ହେଉଛି।ସମସ୍ଥ ଜନସାଧାରଣ ଏବଂ ଯୁବ ପୀଢ଼ି ଙ୍କ ମୁହଁରେ ଗୋଟିଏ କଥା ସମୀର ନାହିଁ ତ ଶଙ୍ଖ ନାହିଁ।













