ଜୁନ ୪ ରେ ସମସ୍ତ ଗ୍ରାମ ତଥା ୱାର୍ଡରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ
ବିନା ଅନୁମତିରେ ବାଣ ଫୁଟାଇବା ପାଇଁ ରୋକ୍
୨ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରଣପୁର :-> ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜ ସୁନାଖଳା ଫାଣ୍ଡି ତରଫରୁ , ଫାଣ୍ଡି ଅଧିକାରୀ ଏମ ଡି ଜଫୁରୁଲା ନିଜର ଦଳ ବଳ ସହିତ ପଞ୍ଚାୟତ କୁ ପଞ୍ଚାୟତ, ଗାଁ କୁ ଗାଁ ବୁଲି ଜୁନ ୪ ତାରିଖରେ ନିର୍ବାଚନ ଫଳ ବାହାରିବାକୁ ଥିବା ବେଳେ ଯେମିତି ଗାଁ ଗାଁ ରେ ଶାନ୍ତି ରେ ଲୋକ ମାନେ ଚଳ ପ୍ରଚଳ କରିବେ ସେଥି ପ୍ରତି ଗ୍ରାମର ମୁଖିଆ ମାନଙ୍କୁ ଡାକି ଆଲୋଚନା କରିବା ସହ ସଚେତନତା କରାଇଛନ୍ତି। ବିନା ଅନୁମତିରେ କୌଣସି ଲୋକ ଯେପରି ବାଣ ନ ଫୁଟାଇବେ ସେଥି ପ୍ରତି ଗାଁର ମୁଖିଆ ମାନଙ୍କୁ ତଥା ଉପସ୍ଥିତ ଜନାଧାରଣ ଙ୍କୁ ନିବେଦନ କରିଛନ୍ତି।

ନିର୍ବାଚନୀ ଫଳ କୁ ନେଇ ଯେପରି ସାଧାରଣ ଜନତା ଦଙ୍ଗାର ସମ୍ମୁଖୀନ ନ ହୁଅନ୍ତି ସେଥି ପ୍ରତି ସତର୍କ ରହିବାକୁ କହି ଛନ୍ତି। ଫାଣ୍ଡି ଅଧିକାରୀ ଙ୍କ ସୂଚନା ଅନୁସାରେ ଗତ ୧ ଜୁନ ରେ ସୂର୍କବାଡି, କାସନ୍ଦା, ସୁନାଖଳା ପଞ୍ଚାୟତ ସଚେତନତା କାର୍ଯ୍ୟ କ୍ରମ କରାଯାଇଥିବା ବେଳେ ୨ ଜୁନ ଓ ୩ ଜୁନ ରେ ଅନ୍ୟ ପାଞ୍ଚଟି ପଞ୍ଚାୟତ କୁ ଳାସର , ଖଇରପଲ୍ଲି, ତାଳକଣି,
ଲୋଧଚୁଆ, ଗଡ ବାଣୀକିଲୋ, ନରେନ୍ଦ୍ରପୂର୍ ସଚେତନତା କାର୍ଯ୍ୟ କ୍ରମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ବିନା ଅନୁମତିରେ କେହି ବାଣ ଫୁଟାଇବା କମ୍ପ୍ଲେନ୍ ପହଞ୍ଚିଲେ , ସେହି ବ୍ୟକ୍ତି ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଫାଣ୍ଡି ଅଧିକାରୀ କହି ଛନ୍ତି। ରାଜ ସୁନାଖଳା ଫାଣ୍ଡି ଅଧିକାରୀ ଙ୍କ ଏହି ସଚେତନତା କାର୍ଯ୍ୟ କ୍ରମ କୁ ସାଧାରଣରେ ପ୍ରଶଂସା କରା ଯାଇଛି।














