୨ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ :-> ବୋଲଗଡ ବ୍ଲକ ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମରେ ଏକ ପାଗଳ ମାଙ୍କଡ଼ ଦଳ ଜଙ୍ଗଲରୁ ଆସି ଆତଙ୍କ ସୃଷ୍ଟି କରିଛନ୍ତି l ତିନିଦିନ ମଧ୍ୟରେ ଗ୍ରାମର ସାତ ଜଣ ଲୋକଙ୍କୁ ପାଗଳ ମାଙ୍କଡ଼ କାମୁଡି ଆହତ କରିଛନ୍ତି l ମାଣିକlଗୋଡା ଗ୍ରାମର କୁମାରୀ ସାହୁ, ଶଶିରେଖା ବେହେରା, ରବୀନ୍ଦ୍ର କୁମାର ପୃଷ୍ଟି, ଲଷ୍ମୀପ୍ରିୟା ସାହୁ, ଶ୍ରୀଚନ୍ଦନ ସାହୁ,
ଶୁଭଶ୍ରୀ ପ୍ରିୟଦର୍ଶିନୀ ଓ ଆନନ୍ଦ କୁମାର ସାହୁ ପ୍ରମୁଖଙ୍କୁ ମାଙ୍କଡ଼ କାମୁଡ଼ାରେ ଗଭିର କ୍ଷତବିକ୍ଷିତ ହୋଇ ନୟାଗଡ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକତ୍ସାତ ହେଉଅଛନ୍ତି l ଛଅ ମାସ ପୂର୍ବରୁ ମଧ୍ୟ ପାଗଳ ମାଙ୍କଡ଼ କାମୁଡ଼ାରେ କଲେଜ ଛାତ୍ରୀମାନେ ଆହତ ହୋଇଥିଲେ l ଏହି ଘଟଣା ସମ୍ପର୍କରେ ବୋଲଗଡ ବନପାଳ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କୁ ଗ୍ରାମବାସୀ ପକ୍ଷରୁ ଜଣାଇବା ପରେ ତୁରନ୍ତ


ମାଣିକlଗୋଡ଼ା ଗ୍ରାମରେ ପହଞ୍ଚି ମାଙ୍କଡ଼ ମାନଙ୍କୁ ଘଉଡାଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିବା ପାଇଁ ସମସ୍ତ ବନ କର୍ମଚାରୀ ଚେଷ୍ଟା ଜାରି ରଖି ଅଛନ୍ତି। ସମାଜସେବୀ ଇଂ. କର୍ପୁର ସାହୁ ମାଙ୍କଡ଼ମାନଙ୍କୁ ଧରି ଚିକିତ୍ସା କରିବା ସହିତ, ଆହତ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ, ବୋଲଗଡ ବ୍ଲକ ପ୍ରଶାସନ ନିକଟରେ ଦାବୀ କରିଛନ୍ତି l

















