
୧ ଜୁନ୍ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବୋଲଗଡ଼ :-> ବୋଲଗଡ଼ ଅଗ୍ନିଶ୍ରାମ ବାହିନୀ ଅଧୀନସ୍ଥ ରାଜସୁନାଖଳା ତ୍ରିନାଥ ବଜାରରେ ସର୍ଟ ସର୍କିଟ ଯୋଗୁଁ ଶୁକ୍ରବାର ବିଳମ୍ବିତ ରାତି ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଜିନିଷ ପତ୍ର ପୋଡି ଯାଇଥିବା ଜଣାପଡିଛି ! ଘଟଣାରୁ ପ୍ରକାଶ ରାଜସୁନାଖଳା ତ୍ରିନାଥ ବଜାରରେ ୧୪ବର୍ଷ ହେଲା ସନ୍ତୋଷ କୁମାର ସାହୁଙ୍କ ବର୍ଷା ଆଇସି ପାର୍ଲର ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ !

ଶ୍ରୀ ସାହୁ ପ୍ରତିଦିନ ରାତି ୧୧ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିବାବେଳେ ଗତକାଲି ବିଳମ୍ବିତ ରାତି ୩ ଟା ସମୟରେ ଦୋକାନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ! ଏହି ଅଗ୍ନିକାଣ୍ଡରେ ଗୋଟିଏ ଫ୍ରିଜର, ଏକଟି ଫ୍ରିଜ ଓ ନାମିଦାମୀ ଜିନିଷ ପୋଡି ପାଉଁଶ ହୋଇଯାଇଥିଲା !

ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଏକଲକ୍ଷ୍ ଟଙ୍କା ! ଏହି ଅଗ୍ନିକାଣ୍ଡ ଖବର ସ୍ଥାନୀୟ ଲୋକମାନଙ୍କଠାରୁ ଖବର ପାଇଁ ବୋଲଗଡ଼ ଅଗ୍ନିଶ୍ରାମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ ! ସେ ଜଣେ ଗରିବ ବ୍ୟବସାୟୀ ହୋଇଥିବାରୁ ତାଙ୍କ ପରିବାରର ଭରଣ ପୋଷଣ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ରେଡକ୍ରସ ସଂସ୍ଥାରୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ରାଜସୁନାଖଳା ତ୍ରିନାଥ ବଜାର ବଣିକ ସଙ୍ଘ ଅନୁରୋଧ କରିଛନ୍ତି !















