No Result
View All Result

୨୩ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପୁରୀ :-> ରଥ ନିର୍ମାଣର ତ୍ରୟୋଦଶ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ରେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ଦୈନଦିନ ପ୍ରକାରେ ଉପସ୍ଥାନ ଦେଇ ତିନି ରଥ ମୁଖ୍ୟ ବିଶ୍ଵକର୍ମା ସେବକଙ୍କ ମାର୍ଗଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।ରଥ ଖଳା ଠାରେ ତିନି ରଥର ପଇ ବିନ୍ଧ ଅନୁକୂଳ ପୂଜା ଅନୁଷ୍ଠିତ ହୋଇଥିଲା |

ଗତକାଲି ଶ୍ରୀ ନୃସିଂହ ଦେବଙ୍କ ଜନ୍ମ ତିଥିରେ ବିଧି ମତେ ଗୁଜ କାଠ, ଅର, ତଥା ତୁମ୍ବରେ ଅର ସଂଯୋଗ ଏବଂ ଚଉପଟ ଗୁଜରେ ରୂପକାର ସେବକଙ୍କ ଦ୍ଵାରା ନୃସିଂହ ରୂପ ଖୋଦେଇ ଅନୁକୂଳ ପର୍ବ ଶେଷ ହୋଇଥିଲା| ରଥ ଖଳା ଯନ୍ତା ଗାଡ଼ ଠାରେ ତିନି ରଥର ଗୋଟିଏ ଗୋଟିଏ ନାହାକ ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ଅନୁକୂଳ ପୂଜା ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ବର ତିନି ରଥର ଭୋଇ ସେବକ ମାନଙ୍କ ସହଯୋଗରେ ସମ୍ପନ୍ନ ହୋଇଅଛି |

ଏଥି ସହ ତିନି ରଥର ଦୁଇ ଦୁଇଟି ତୁମ୍ବରେ ଅର ସଂଯୋଗ ହୋଇ ସିଙ୍ଗଡ଼ା ବାଡିଆ ପରେ ତୁମ୍ବରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନେ ତିନି ରଥ ମହାରଣା ସେବକ ମାନଙ୍କୁ ଯୋଗାଇଛନ୍ତି| ତିନିରଥ ମହାରଣା ସେବକ ମାନେ ସିଙ୍ଗଡ଼ାରେ ପଇ ରଖି ମାପ ଚିହ୍ନ ଦେବା ପରେ ବିଧି ପ୍ରକାରେ ପାଇ ବିନ୍ଧ ଅନୁକୂଳ ପୂଜା ମୁଖ୍ୟ ମହାରଣାଙ୍କ ଦ୍ଵାରା ସମ୍ପନ୍ନ ପାରେ ସହୋଯୋଗି ମହାରଣା ସେବକ ପାଇରେ ବିନ୍ଧ କାର୍ଯ୍ୟ ଆରମ୍ଭ କରିଥିଲେ |

ତତ୍ ପରେ ଅର ସଂଯୋଗ ତୁମ୍ବ ରେ ଅଖ ବିନ୍ଧ ପାଇଁ ଭୋଇ ସେବକ ମାନଙ୍କ ସହୋଯୋଗରେ ତୁମ୍ବ ବିନ୍ଧ କରିଗର ତୁମ୍ବ ରେ ଅଖ ବିନ୍ଧ କରିଥିଲେ । ଏଥିସହ ତିନିରଥ ମହାରଣା ସେବକ ମାନେ ଆଜି ତିନିରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ ଶେଷ କରିଛନ୍ତି। ପ୍ରଥମ ଦଫାରେ ଏଗାରଟି ଲେଖାଏଁ ଚଉପଟ ଗୁଜାରେ ତିନି ରଥର ରୂପକାର ସେବକ ମାନେ ଗୁଜରେ ନୃସିଂହ ରୂପ ଖୋଦେଇ ଆରମ୍ଭ କରିଛନ୍ତି ।

ଏଥି ସହ ମହାରଣା ସେବକ ମାନେ ତିନି ରଥର ୯ଟି ଲେଖାଏଁ ଜଳଜନ୍ତ୍ର (ପାର୍ଶ୍ଵ ଦେବତାଙ୍କ ଆସ୍ଥାନ ପ୍ରେମ) ନିର୍ମାଣ ଶେଷ କରି ଚକରେ ପଇ ପିନ୍ଧା କାର୍ଯ୍ୟ ପାଇଁ ତିନି ରଥର ଦୁଇଟି ଲେଖାଏଁ ଯନ୍ତା ପଟା ପ୍ରସ୍ତୁତ ପରେ ମାପ ପ୍ରକାରେ ସେଥିରେ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି ।ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେଆଜି ସୁଦ୍ଧା ଛ, ଛ ଟି ଚକ ପାଇଁ ପନ୍ଦାରି ବଳା ନିର୍ମାଣ ସହ, ଆଠ ଆଠଟି ଚକ ପାଇଁ ଅର କଣ୍ଟା ନିର୍ମାଣ ଶେଷ କରି ବାକି ଚକ ଗୁଡ଼ିକ ପାଇଁ ଅର କଣ୍ଟା ଏବଂ ପନ୍ଦାରି ବଳା ନିର୍ମାଣ ଜାରୀ ରଖିଛନ୍ତି ।

ତିନି ରଥର ମହାରଣା ସେବକ – ୭୪,ତିନି ରଥର ଭୋଇ ସେବକ- ୬୭,ତିନି ରଥର କରତୀ ସେବକ -୪,ତିନି ରଥର କମାର ସେବକ – ୧୫,ତିନି ରଥର ରୂପକାର ସେବକ – ୨୧,ପାହି ମହାରଣା ସେବକ-୧,ତୁମ୍ବ ବିନ୍ଧ କାରୀଗର- ରଥସହାୟକ(ପାଣିବାଲା)- ୧ଏପରି ମୋଟ – ୧୮୫ ଜଣ ରଥ ସେବକ କାମ କରିଥିଲେ |


No Result
View All Result