No Result
View All Result
୨୧ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ମେ ୨୫ ତାରିଖରେ ଭୋଟ ଗ୍ରହଣ ହେବ । ଏଥିପାଇଁ ନୟାଗଡ଼ରେ ବିଜେଡି ବିଧାୟକ ପ୍ରାର୍ଥୀ ଡ. ଅରୁଣ କୁମାର ସାହୁ ପ୍ରଚାରକୁ ଜୋରଦାର କରିଛନ୍ତି । ନୟାଗଡ଼ ବ୍ଲକ ଅନ୍ତର୍ଗତ ହରିପୁର, ଯଦୁପୁର, ପୁରୁଷୋତ୍ତମପୁର, ପାଟଚଣ୍ଡିପ୍ରସାଦ, ଶ୍ୟମାଘନପୁର ଏବଂ ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ବିଭିନ୍ନ ୱାଡ଼ରେ ପ୍ରଚାର କରିଛନ୍ତି । ପୈାର ପରିଷଦ ଅନ୍ତର୍ଗତ ହାଟପଦା ସାହି, ଆଖଣ୍ଡଳ ମନ୍ଦିର ସାହି, ରାମେଶ୍ୱର ସାହି ଓ ହରିଜନ ସାହିରେ ବିଭିନ୍ନ ଗ୍ରୀନ କ୍ୟାମ୍ପେନ କରିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଧାରଣ ଜନତାଙ୍କୁ ଅବଗତ କରାଉଛନ୍ତି ।

ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତାକୁ ଦ୍ୱିଗୁଣିତ କରାଯାଇଛି । ଏଥିସହିତ ଆଗାମୀ ଦିନରେ ମାଗଣା ବିଜୁଳି ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ରାସ୍ତାଘାଟଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ,ପାନୀୟଜଳ ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି। ଏହା ସହ ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ଅନେକ ବିକାଶ ମୁଳକ କାର୍ୟ୍ୟ ହୋଇଥିବା ବିଧାୟକ ପ୍ରାର୍ଥୀ ଅରୁଣ ପ୍ରକାଶ କରିଛନ୍ତି । କେବଃ ନିର୍ବାଚନ ନୁହେଁ, ସାରା ବର୍ଷ ଆପଣଙ୍କ ପାଖରେ ମୁଁ ରହି ଆସିଛି, ରହି ଆସୁଥିବି ବୋଲି କହିଛନ୍ତି। ଲୋକଙ୍କ ସେବା ପାଇଁ ମୁଁ ସବୁବେଳେ ତତ୍ପର ଏବଂ କାର୍ୟ୍ୟ କରିବା ମୋର ଏକ ନିଶା ବୋଲି କହିଛନ୍ତି। ଏହି ବିଜୟ କେବଳ ମୋର ହେବନାହିଁ, ବରଂ ମୋ ଅଞ୍ଚଳବାସୀଙ୍କର ବିଜୟ ହେବ ବୋଲି କହିଛନ୍ତି ।

ଯୋଡି ଶଙ୍ଖରେ ଆଶୀର୍ବାଦ କରି ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରି ସାରା ଭାରତବର୍ଷରେ ରେକର୍ଡ ସୃଷ୍ଟି କରିବା ପାଇଁ ବିଧାୟକ ପ୍ରାର୍ଥୀ ଅରୁଣ ସମସ୍ତଙ୍କୁ ଆହ୍ୱାନ ଦେଉଛନ୍ତି । ବିଭିନ୍ନ ସାହି ବସ୍ତି ମାନଙ୍କରେ ଥିବା ଛୋଟ ଛୋଟ ସମସ୍ୟା ଗୁଡିକୁ ଆଗାମୀ ଦିନରେ ପୁରଣ କରାଯିବ ବୋଲି ଡ. ସାହୁ ପ୍ରକାଶ କରିଥିଲେ । ବିଜୁ ଜନତା ଦଳ ସରକାର ଗଠନ ପ୍ରଥମ ଦିନରେ ହିଁ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି ସମେତ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ସଂକଳ୍ପ ନିଆଯାଇଛି
ବୋଲି ପ୍ରକାଶ କରିଛନ୍ତି। ଏଥି ସହିତ ଯୁବବର୍ଗଙ୍କ ପାଇଁ ଯୁବ ବଜେଟ ସହ କୃଷି, ଶିଳ୍ପ,ଶିକ୍ଷା,ସ୍ବାସ୍ଥ୍ୟ ପାଇଁ ଅନେକ ଯୋଜନା ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ କରିଥିବା କହିଛନ୍ତି। ୨୦୩୬ ମସିହା ବେଳକୁ ଓଡ଼ିଶା କିଭଳି ଅଗ୍ରଣୀ ରାଜ୍ୟରେ ପରିଣତ ହେବ ସେଥିପାଇଁ ମୁଖ୍ୟମନ୍ତ୍ରୀ ଅନେକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ଆଜିର ଏହି ପ୍ରଚାର କାର୍ୟ୍ୟକ୍ରମରେ ସମସ୍ତ ସାହି ବସ୍ତିରୁ ବିପୁଳ ସ୍ୱାଗତ କରାଯାଇଥିଲା । ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ ।

No Result
View All Result