No Result
View All Result
୧୫ ମେ , ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୂଆଗାଁ :-> ନୂଆଗାଁ ସଦରମହକୁମାରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ଖେଳ ପଡ଼ିଆରେ ନୂଆଗାଁ ଭଲିବଲ ଆସୁଏସନ୍ ଆନୁକୁଲ୍ୟରେ ଏକ ଦିବସୀୟ ଦିବାରାତ୍ର ଭଲିବଲ୍ ଟୁର୍ଣା ମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ପ୍ରତି ବର୍ଷ ପରି ଚଳିତ ବର୍ଷ ଦେବଦତ୍ତ ପରିଡ଼ାଙ୍କ ସ୍ମର୍ତି ଉଦ୍ଦେଶ୍ୟରେ ଏହି ମ୍ୟାଚ୍ ଆୟୋଜନ କରାଯାଇଥିଲା । ଏଥିରେ କଣ୍ଟିଲୋ, କୋସକା ,ନୂଆଗାଁ, ନାଟୁଗାଁ, ବେଗୁନିଆ,ଇଟାମାଟି, ସିଧାମୂଳ।,ବାଘୁଆ ପଲ୍ଲୀ ଆଦି ୮ଟି ଦଳ ଭାଗ ନେଇଥିଲେ l ଆଜିର ଖେଳକୁ ,ନୂଆଗାଁ ସରପଞ୍ଚଙ୍କ ପ୍ରତିନିଧି ପ୍ରକାଶ କୁମାର ନାୟକ ଉଦଘାଟନ କରିଥିଲା ବେଳେ ସମ୍ମାନିତ ଅତିଥି ଭାବେ ଡାକ୍ତର ଷୌମେନ୍ଦ୍ର ସାହୁ ,ସମାଜ ସେବୀ ଦାମୋଦର ବେହେରା,ପ୍ରଶାନ୍ତ କୁମାର ବେହେରା ,ଭଗବାନ ପ୍ରଧାନ,ବସନ୍ତ କୁମାର ପ୍ରଧାନ, ସାମ୍ବାଦିକ ହୃଦୟାନଦ ସାସମଲ୍ ଓ ସାମ୍ବାଦିକ ପ୍ରଶାନ୍ତ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ପ୍ରଥମ ଲିଗ୍ ମ୍ୟାଚ୍ ନୂଆଗାଁ , କୋସକା ମଧ୍ୟରେ ଖେଳ ହୋଇଥିଲା । ଏଥିରେ କୋସକା ବିଜୟୀ ହୋଇଥିଲା। ଦ୍ୱିତୀୟ ମ୍ୟାଚ କଣ୍ଟିଲୋ ସହିତ ନାଟୁଗାଁ ଖେଳ ହୋଇଥିଲା। ନାଟୁଗାଁ ବିଜୟୀ ହୋଇଥିଲା।ତୃତୀୟ ମ୍ୟାଚ୍ ସିଧାମୁଲା ସହିତ ବାଘୁଅପଲ୍ଲୀ ମଧ୍ୟରେ ଖେଳା ଯାଇଥିଲା। ବାଘୁଆପଲ୍ଲୀ ବିଜୟୀ ହୋଇଥିଲା ।ଚତୁର୍ଥ ମ୍ୟାଚ୍ ବେଗୁନିଆ ସହିତ ଇଟାମାଟି ମଧ୍ୟରେ ହୋଇଥିଲା । ଇଟାମାଟି ଜିତିଥିଲା । ପ୍ରଥମ ସେମି ଫାଇନାଲ ରେ କୋସକା ସହିତ ନାଟୁଗାଁ ଖେଳ ହୋଇଥିଲା ନାଟୁଗାଁ ଜିତିଥିଲା ଦ୍ୱିତୀୟ ସେମି ଫାଇନାଲ ଇଟାମାଟି ସହିତ ବାଘୁଆପଲ୍ଲୀ ଖେଳି ଇଟାମାଟି ଜିତି ଥିଲା । ଫାଇନାଲ ରେ ନାଟୁଗାଁ , ଇଟା ମାଟି ପ୍ରବେଶ କରିଥିଲେ ।
ଇଟାମାଟି ଚମ୍ପିୟାନ ହେଇଥିଲା । ଇଟାମାଟି ଦଳକୁ ନୂଆଗାଁ ବ୍ଳକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା ଚମ୍ପିଆନ ଟ୍ରଫି ପ୍ରଦାନ କରିଥିବାବେଳେ ନାଟୁଗାଁ ଦଳକୁ ନୂଆଗାଁ ସରପଞ୍ଚ ଅମିତା ପରିଡ଼ା ଙ୍କ ପ୍ରତିନିଧି ପ୍ରକାଶ କୁମାର ନାୟକ ରନର୍ଷ ଅପ ଟ୍ରଫି ପ୍ରଦାନ କରିଥିଲେ । ଆଜିର ଖେଳକୁ ଜନ୍ମଜୟ ଦାସ ଓ ପ୍ରଦୀପ କୁମାର ଖଣ୍ଡୁଆଲ୍ ଖେଳଟିକୁ ପରିଚାଳନା କରିଥିବାବେଳେ ଦେବଦତ୍ତ ମେମୋରିଆଲ ଭଲିବଲ୍ ଆସୋଏସନ ର ସଭାପତି କାଳୁ ଚରଣ ସେଠୀ , ସ୍ଵପ୍ନେଦୁ କୁମାର ପ୍ରଧାନ,ବିଶ୍ବମ୍ବର ପ୍ରଧାନ ,ଲିପନ କୁମାର ପ୍ରଧାନ , ଜିତେନ ସାହୁ,ଆଦି ସମସ୍ତ ସଦସ୍ୟ ସହଯୋଗ କରିଥିଲେ। ।

No Result
View All Result