• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିର୍ବାଚନ ସମୟ ଆସିଲେ : ଦଳଡିଆଁ ରାଜନୀତି

Proprietor Abhimanyu Maharana by Proprietor Abhimanyu Maharana
April 28, 2024
in ଓଡ଼ିଶା, ମହାନଗର, ରାଜନୀତି, ହୋମ୍
0
ନିର୍ବାଚନ ସମୟ ଆସିଲେ : ଦଳଡିଆଁ ରାଜନୀତି
Share on FacebookShare on TwitterWhatsapp

୨୭ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ୱର :-> ଆମ ଦେଶରେ ଆୟାରାମ ବା ଗୟାରାମ ନେତା ବା ଦଳଡିଆଁ ନେତାଙ୍କ ସଂଖ୍ୟା ବଢିଥାଏ । ଯେଉଁମାନଙ୍କୁ ଦେଶୀ ଭାଷାରେ ସୁବିଧାବାଦୀ, ସ୍ୱାର୍ଥନ୍ୱେଷୀ ନେତା କୁହାଯାଇଥାଏ । ଏବେ ଆମ ଦେଶରେ ସାଧାରଣ ନିର୍ବାଚନ ସହ ଚାରୋଟି ରାଜ୍ୟ ତଥା ଓଡିଶା, ଆନ୍ଧ୍ର, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ଚୟନ ବା ପ୍ରାର୍ଥୀଙ୍କ ନାମ ଘୋଷଣା ଜାରି ରହିଛି । ଦଳୀୟ ପ୍ରାର୍ଥୀତ୍ୱରୁ ବଂଚିତ ନେତାଙ୍କ ଦଳଡିଆଁ ପର୍ବ ଏବେ ଆରମ୍ଭ ହୋଇଯାଇଥିବା ବେଳେ ଦଳ ବଦଳକାରୀ ବା ଦଳଡିଆଁ ନେତାଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମିଶ୍ରଣ ପର୍ବ । ଆୟୋଜନ ଏକ ସାଧାରଣ ଘଟଣା ହୋଇଛି ।

ତେବେ ଦଳତ୍ୟାଗୀ ବା ଦଳବଦଳକାରୀ ନେତାଙ୍କୁ ନିଜ ଦଳରେ ସାମିଲ କରିବା ପାଇଁ କୌଣସି ରାଜନୈତିକ ଦଳ ଜାତୀୟ ହେଉ ବା ଆଂଚଳିକ ହୁଅନ୍ତୁ, କେହି କୁଣ୍ଠିତ ନୁହଁନ୍ତି । ଦଳବଦଳକାରୀ ନେତାମାନଙ୍କୁ ନେଇ ରାଜନୈତିକ ଦଳଗୁଡିକ ନିଜକୁ ଗୌରବାନ୍ୱିତ ମନେ କରନ୍ତି । ସେମାନଙ୍କ ଯୋଗଦାନ ଦ୍ୱାରା ଦଳର ଶକ୍ତି ବୃଦ୍ଧି ହେବା ସହ ଭୋଟ ହାର ବୃଦ୍ଧି ପାଇବା ମନେକରନ୍ତି । ଏପରିକି ଦଳବଦଳକାରୀ ନେତାଙ୍କୁ ବହୁ ରାଜନୈତିକ ଦଳ ଅଗ୍ରାଧିକାର ଦେଇ ପ୍ରାର୍ଥୀ କରିବା ବହୁ ନଜୀର ରହିଛି । ବର୍ଷ ବର୍ଷ ଧରି ଦଳର ନୀତି ଆଦର୍ଶକୁ ପାଥେୟ କରି ଦଳର ସଂଗଠନକୁ ମଜଭୂତ କରି ଦଳୀୟ ଟିକେଟ ପାଇଁ ଆଶାୟୀ ଥିବା ନେତା ଶେଷରେ ଦଳଡିଆଁ ନେତାଙ୍କ ପାଇଁ ପ୍ରାର୍ଥୀତ୍ୱରୁ ବଂଚିତ ହୋଇଥାନ୍ତି । ଏହା ଏକ ସ୍ୱାଭାବିକ ପ୍ରକ୍ରୀୟା ବୋଲି ନିସନ୍ଦେହ କୁହାଯାଇପାରେ । ଟିକେଟ ନପାଇବା ଆଶଙ୍କାରେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନର ଅବବ୍ୟହିତ ପୂର୍ବରୁ ବହୁ ସିଟିଂ ସାଂସଦ, ବିଧାୟକଙ୍କ ସମେତ ବରିଷ୍ଠ ନେତା ଦଳଡିଆଁ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

ଅବଶ୍ୟ ଆମ ରାଜ୍ୟରେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ବାଦ୍‌ ନୁହଁନ୍ତି । ଉଲ୍ଳେଖଯୋଗ୍ୟ ଯେ, ନିକଟରେ କଟକର ଛଅ ଥରର ସାଂସଦ ଭର୍ତୁହରି ମହତାବ ବିଜେଡି ଛାଡି ବିଜେପିର ଯୋଗଦେଇଛନ୍ତି । ବିଜେପି ତାଙ୍କୁ କଟକ ଲୋକସଭା ଆସନରୁ ପୁନର୍ବାର ପ୍ରାର୍ଥୀ କରିଛି । କେବଳ ଭର୍ତୁହରି ନୁହଁନ୍ତି, ନିକଟରେ ବର୍ତମାନର ସାଂସଦ ଅନୁଭବ ମହାନ୍ତି, ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକଙ୍କ ସମେତ ବିଜେଡିର କେତେକ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି କଂଗ୍ରେସ ବିଧାୟକ ଅହିରାଜ ପାଣିଗ୍ରାହୀ, ପୂର୍ବତନ ବିଧାୟକ ଚିରଂଜୀବୀ ବିଶ୍ୱାଳ ପ୍ରମୁଖ ବିଜେଡିରେ ଯୋଗଦେଇଥିବାବେଳେ କେତେକ ବିଜେଡି ନେତା ତଥା ପୂର୍ବତନ ବିଧାୟକ, ବିଜେପି ନେତା କଂଗ୍ରେସରେ ଯୋଗଦେଇଛନ୍ତି । ଦଳଡିଆଁ ନେତାଙ୍କ ଦଳଡିଆଁ ଆଗାମୀ ନିର୍ବାଚନରେ କି ପ୍ରଭାବ ପକାଇବ, ତାହା ନିର୍ବାଚନ ଫଳାଫଳ ହିଁ କହିବ । କିନ୍ତୁ ଏହା ନିସନ୍ଦେହ ଯେ, ଅନ୍ୟ ଦଳରୁ ନେତା ଆମଦାନୀ କରିବାରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସମସ୍ତଙ୍କ ଆଗରେ ରହିଛି । ଯାହାକି ବିଜେପିର ଏକ ନିର୍ବାଚନ ରଣନୀତି ବୋଲି କୁହାଯାଇପାରେ ।

କାରଣ ଦଳଡିଆଁ ନେତାମାନଙ୍କ ପାଇଁ ବିଜେପି ଏବେ ମଉକା ପାଲଟିଛି । ସେମାନଙ୍କ ବିରୁଦ୍ଧରେ ଥିବା ଦୁର୍ନୀତି ଓ ଅନ୍ୟ ଅପରାଧ ମାଫ୍ ପାଇଁ ବିଜେପି ଏବେ ନିରାପଦ ସ୍ଥାନ ପାଲଟିଛି ବୋଲି କହିଲେ ବୋଧହୁଏ ଏଥିରେ କେହି ଦ୍ୱିମତ ହେବେ ନାହିଁ । ସେହିପରି ଦଳବଦଳକୁ ଉତ୍ସାହିତ କରିବା ତଥା ଅନ୍ୟଦଳରୁ ନେତା ଆମଦାନୀ କରି ସେମାନଙ୍କୁ ଦୁର୍ବଳ କରିଦେବା ଲକ୍ଷ୍ୟରେ ବିଜେପି ଏକ କମିଟି ଗଠନ କରିଥିବା କୁହାଯାଏ । ଯେଉଁ କମିଟିରେ ଅନୁରାଜ ଠାକୁର, ରବି ଶଙ୍କର ପ୍ରସାଦ, ରାଜୀବ ଚନ୍ଦ୍ରଶେଖରଙ୍କ ପରି ଦଳୀ ପରିଷ୍ଠ ନେତା ସଦସ୍ୟ ଅଛନ୍ତି । ବିଜେପିରେ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜପାର୍ଟି, ବିଜେଡି, ଏନସିପି, ଶିବସେନା, ଭାରତ ସଂଘର୍ଷ ସମିତି, ଟିଏମସି, ଜେଡିୟୁ, ଆରଜେଡି, ଏଆଇଏଡିଏମକେ, ବାମପନ୍ଥୀ ଦଳ ପରି ଜାତୀୟ ଏବଂ ଅଂଚଳ ଦଳର ୮୦ହଜାରରୁ ଉର୍ଦ୍ଧ୍ୱ ନେତା ଓ କର୍ମୀ ଗତ ୧୦ବର୍ଷରେ ଯୋଗ ଦେଇଥିବା ଏକ ରିପୋର୍ଟ କହେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

ଡ଼ଃ ସୁରେଶ ଚନ୍ଦ୍ର ଜେନା ଙ୍କ ଜନ୍ମ ବାର୍ଷିକ ପାଳନ

May 6, 2026
ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

ସାମାଜିକ ଗଣମାଧ୍ୟମରେ ଅପମାନଜନକ ଓ ଅଶାଳୀନ ପୋଷ୍ଟ

May 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

ଖୋର୍ଦ୍ଧା ଜିଲ୍ଲାରେ ପ୍ରଶଂସା ସାଉଣ୍ଟୁଛନ୍ତି ଜିଲ୍ଲା ବିଜେପି ଉପସଭାପତି

May 7, 2026
ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

ଝାଲମୁଢ଼ି ଖାଇ ବିଜେପିର ବିଜୟ ଉତ୍ସବ ପାଳନ କଲେ ନେତା ଓ କର୍ମୀ

May 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version