No Result
View All Result

୨୪ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଖପ୍ରାଖୋଲ :-> ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଳି ଗାଁ ହିତାଧୀକାରୀ ମାନେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା ରେ ଜମି ଉନ୍ନତୀ କାମ କରି ବର୍ଷେ ହେଲା ପାଉଣା ପାଇ ନଥିବା ଖପ୍ରାଖୋଲ ବିଡ଼ିଓ ଙ୍କ ଠାରେ ବୁଧବାର ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ପତ୍ରାପାଳି ଗାଁ ର ହିତାଧୀକାରୀ ମାନେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନା ରେ ଜମି ଉନ୍ନତି ପାଇଁ କାର୍ଯ୍ୟାଦେଶ ପାଇଥିଲେ ।

ହେଲେ ପ୍ରଥମ ପର୍ଯ୍ୟାୟରେ କିଏ ୧୦ ହଜାର ତ କିଏ ୨୦ହଜାର ଟଙ୍କା ପାଉଣା ପାଇଥିବା ବେଳେ ବର୍ଷେ ହେଲା ଅଧା ଟଙ୍କା ପାଇନଥିବା ଅଭିଯୋଗ କରିଛନ୍ତି। ଏନେଇ ହିତାଧୀକାରୀ ମାନେ ବ୍ଲକ କାର୍ଯ୍ୟାଳୟ ରେ ବିଡ଼ିଓ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଏନେଇ ବିଡ଼ିଓ ଷଡ଼ଙ୍ଗୀ ଙ୍କୁ ପଚାରିବାରୁ ପୂର୍ବରୁ ଅଭିଯୋଗ ପାଇନଥିଲୁ ଏବେ ପାଉଣା ପାଇନଥିବା ଅଭିଯୋଗ କରିଛନ୍ତି। ଏନେଇ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

No Result
View All Result