• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ବୁଲା ଗାଇଗୋରୁଙ୍କ ଉପରେ କରୋନା ଦାଉ – ହିଞ୍ଜିଳିକାଟୁ

Proprietor Abhimanyu Maharana by Proprietor Abhimanyu Maharana
August 2, 2020
in Uncategorized, ଓଡ଼ିଶା, ଦେଶ, ହୋମ୍
0
ବୁଲା ଗାଇଗୋରୁଙ୍କ ଉପରେ କରୋନା ଦାଉ – ହିଞ୍ଜିଳିକାଟୁ

dav

Share on FacebookShare on TwitterWhatsapp

ଓଡିଶା ତାଜା ନ୍ୟୁଜ୍ (୦୨ ଅଗଷ୍ଟ ରବିବାର) ହିଞ୍ଜିଳିକାଟୁ :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପର ଠାରୁ ବୁଲା ଗାଇଗୋରୁ ମାନଙ୍କ ଅବସ୍ଥା ସଙ୍ଗୀନ ହୋଇ ପଡ଼ିଲାଣି । ସେମାନଙ୍କୁ ଆଉ ଖାଇବାକୁ ଖାଦ୍ୟ ମିଳୁନାହିଁ । ରାସ୍ତା କଡ଼ରେ ଭୋକ ଉପାସରେ ଏଣେତେଣେ ବୁଲୁଛନ୍ତି । ଦିନ ସାରା ଯେଉଁଠି ଯାହା ପାଇଲେ ତାହା ଖାଇଲେ ନଚେତ ଭୋକ ଉପାସରେ ଏଣେତେଣେ ବୁଲି ରାତିରେ ରାସ୍ତାକଡ଼ରେ ଶୋଇଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ହିଞ୍ଜିଳିକାଟୁ ପୌରାଂଚଳରେ । ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ଲକଡ଼ାଉନ ସମୟରେ ସରକାରୀ ଓ ବେସରକାରୀ ସ୍ତରରେ ବୁଲା ଗାଇଗୋରୁଙ୍କ ପ୍ରତି ବେଶ ମାନବିକତାର ପରିଚୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ କ୍ରମାଗତ ଭାବେ ଦୈନିକ ୨ଥର ଲେଖାଏଁ ଲଗାତାର ୨ ମାସ ଧରି ସହରରେ ବୁଲୁଥିବା ଗାଇଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିଲା ।

ସେହିପରି ସ୍ଥାନୀୟ ଅଂଚଳର ବିଭିନ୍ନ ସ୍ୱେଛାସେବୀ ସଂଗଠନ ପକ୍ଷରୁ ପନିପରିବା ସଂଗ୍ରହ କରି ସହରର ବିଭିନ୍ନ ସାହି ବସ୍ତି ଓ ରାଜପଥ ଉପରେ ବୁଲୁଥିବା ଗାଇଗୋରୁଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଥିବାର ଦେଖିବାକୁ ମିଳିଥିଲା । ମେ ମାସ ଶେଷ ସପ୍ତାହରେ ପୌର ପରିଷଦ ପକ୍ଷରୁ ଗାଇଗୋରୁ ଓ କୁକୁର ମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଯୋଗାଣ ବନ୍ଦ କରି ଦିଆଯାଇଥିଲା । ଏପରିକି କିଛି ଦିନ ପରେ ମଧ୍ୟ ବହୁ ସ୍ୱେଛାସେବୀ ସଂଗଠନ ପକ୍ଷରୁ ମଧ୍ୟ ବୁଲା ଗାଇଗୋରୁ ଓ କୁକୁର ମାନଙ୍କୁ ଖାଦ୍ୟ ଦିଆଯାଉନଥିବା ଦେଖିବାକୁ ମିଳିଛି । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଂଚଳରେ କରୋନା ସଂକ୍ରମଣ କାୟା ବସ୍ତାର କରି ପରିସ୍ଥିତି ଜଟିଳ ଦିଗକୁ ଗତି କରିଛି । ପ୍ରଶାସନ ପକ୍ଷରୁ ବାରମ୍ବାର ଲକଡ଼ାଉନ, ସଟଡ଼ାଉନ ସମେତ ବିଭିନ୍ନ ଅଂଚଳକୁ କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରାଯାଇଛି ।

ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇ ପୌରାଂଚଳର ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରାଯିବା ସହ ଅତ୍ୟାବଶ୍ୟକ ନହେଲେ ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଥିଲା । ଇତି ମଧ୍ୟରେ ପୌରାଂଚଳର ବିଭିନ୍ନ ସାହି ବସ୍ତିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ଏବେ ନିଜ ନିଜ ପରିବାରର ସୁରକ୍ଷା ଚିନ୍ତା ବଢିଯାଇଛି । ପୌରାଂଚଳର ଅଧିକାଂଶ ଲୋକେ କରୋନା ସଂକ୍ରମଣ ଭୟରେ ଘରୁ ବାହାରକୁ ବାହାରୁନଥିବା ଦେଖିବାକୁ ମିଳିଛି । କିଛି ଅମାନିଆ ବିନା କାରଣରେ ବାଇକ ଧରି ଚକ୍କର କାଟୁଥିବା ବେଳେ ସେମାନେ ସଂକ୍ରମିତ ହେବା ସହ ସେମରାନଙ୍କ ସଂପ୍ସର୍ଶରେ ଆସିଥିବା କିଛି ଲୋକ ଓ ପରିବାର ସଦସ୍ୟ କରେନାରେ ସଂକ୍ରମିତ ହେଉଥିବାର ନଜିର ରହିଛି । ଏପରି ବିପଦ ଜନକ ସ୍ଥିତିରେ ଜନଜୀବନର ସୁରକ୍ଷା ସକାଶେ ପ୍ରଶାସନ ଅଧିକ ତତ୍ପର ହୋଇ ଉଠିଛି । କରୋନା ଭୁତାଣୁ କବଳରୁ ଜନସାଧାରଣଭ୍‌କ ସୁରକ୍ଷା ପାଇଁ ବିଭିନ୍ନ ସରକାରୀ କର୍ମଚାରୀ ତଥା କରେନା ଯୋଦ୍ଧା ଦିନରାତି ଏକ କରିକମାରେ ଲାଗି ପଡ଼ିଥିବା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଏପରି ଘଡ଼ିସନ୍ଧି ମୂହୁର୍ତରେ ସାଧାରଣ ଜନତାଙ୍କ ସୁରକ୍ଷା ବଡ଼ ପ୍ରଶ୍ନ ହୋଇଥିବା ବେଳେ ଅନ୍ୟ କୌଣସି ପ୍ରସଙ୍ଗ ଆଲୋଚନାର ପରିସରଭୁକ୍ତ ହେଉନାହିଁ । ତେବେ ରାସ୍ତା କଡ଼ରେ ବୁଲୁଥିବା ଗାଇଗୋରୁ ଓ କୁକୁରଙ୍କ କଥା ବୁଝିବ କିଏ, ଏ ନେଇ ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଗୋଧନ ପାଳିଥିବା ଗହକର୍ତା ମାନେ ଗୁହାଳରୁ ଗାଇ ଗୋରୁଙ୍କୁ ଫିଟାଇ ରାସ୍ତାକୁ ଛାଡ଼ି ଦେଉଥିବାର ଦେଖିବାକୁ ମିଳିଛି । ଜାତୀୟ ରାଜପଥ ଉପରେ ଗାଇଗୋରୁ ଅବାଧରେ ଚଳପ୍ରଚଳ ଓ ଶୋଇ ରହୁଥିବାରୁ ବହୁ ସମୟରେ ଦୂର୍ଘଟଣା ଘଟି ବହୁ ଗାଇଗୋରୁଙ୍କ ମୃତ୍ୟୁ ହେଉଥିବାର ଦେଖିବାକୁ ମିଳିଛି । ବର୍ତମାନ ପରିସ୍ଥିତିରେ ପରିବା ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଥିିବା ବେଳେ ଗାଇଗୋରୁ ମାନଙ୍କୁ ପଚା ପରିବା ମଧ୍ୟ ଖାଇବାକୁ ମିଳୁନାହିଁ । ଏଭଳି ସ୍ଥିତିରେ ବିଶ୍ୱ ମହାମାରୀ କରୋନା ପଶୁ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଅଧିକ ଦାଉ ସାଧୁଛି । (ହିଞ୍ଜିଳିକାଟୁ/ଶେଷଦେବ ସାହୁ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Odiapreneur 3.0 State-Level Hackathon Inaugurated at IIT Bhubaneswar

Odiapreneur 3.0 State-Level Hackathon Inaugurated at IIT Bhubaneswar

October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

ଅନାବିଳ ବ୍ୟକ୍ତିତ୍ଵ ଡଃ କିଶୋର କୁମାର ପଣ୍ଡା

October 1, 2026
ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

ମାଲଗୋଦାମ ପୋଲିସର ବଡ ସଫଳତା : ଜୀପି କଏଲ୍ ଚୋରୀ ମାମଲାରେ ୨ଗିରଫ,୧୭ ବଣ୍ଡଲ କଏଲ୍ ଜବତ

October 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Odiapreneur 3.0 State-Level Hackathon Inaugurated at IIT Bhubaneswar

Odiapreneur 3.0 State-Level Hackathon Inaugurated at IIT Bhubaneswar

October 1, 2026
ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

ମାଉଲି ମା କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

October 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version