୧୫ ଏପ୍ରିଲ, ୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଭୁବନେଶ୍ଵର :-> ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନେତ୍ରୋତ୍ସବ। ଚୈତ୍ର ମାସ ଶୁକ୍ଳପକ୍ଷ ସପ୍ତମୀରେ ଦିଅଁଙ୍କ ରୁକୁଣା ରଥରେ ନେତବନ୍ଧା ଯାଇ ରଥ ପ୍ରତିଷ୍ଠା ହୋଇଥାଏ । ସନ୍ଧ୍ୟା ଧୂପ ସରିବା ପରେ ରଥ କଳାରେ ରଥ ପ୍ରତିଷ୍ଠା କାମ ଆରମ୍ଭ ହେବ । ଏହାପୂର୍ବରୁ ମହାରଣା ସେବାୟତମାନେ ରଥ ନିର୍ମାଣ ସାରିବା ପରେ ଦରଜି ସେବାୟମାନେ ରଥରେ କପଡା ବାନ୍ଧିଥାନ୍ତି ।

ବଡୁ ସେବାୟତ ରଥ ପ୍ରତିଷ୍ଠା ପାଇଁ ମରୀଚି କୁଣ୍ଡରୁ ଜଳ ଆଣି ରଥଖଳାରେ ପହଞ୍ଚାଇବା ପରେ ମନ୍ଦିର କୂଳ ପୁରୋହିତ , ପୁରୀ ଗଜପତି ମହାରାଜାଙ୍କ ରାଜଗୁରୁ ସ ୧୮ ଜଣ କ୍ଷେତ୍ରବାସୀ ସେବାୟତଙ୍କୁ ନେଇ ରଥ ପ୍ରତିଷ୍ଠା ହେବ ।

ସେପଟେ ନେତ୍ରୋତ୍ସବରେ ଏକାମ୍ରକ୍ଷେତ୍ରର ପ୍ରସିଦ୍ଧ ମୁକ୍ତେଶ୍ଵର ମନ୍ଦିର ପରିସରରେ ତିବା ମରୀଚିକୁଣ୍ତ ମୁଖ୍ୟ ଆକର୍ଷଣ ସାଜିଥାଏ । ପରମ୍ପରା ମୁତାବକ ବଡୁ ନିଯୋଗ ପକ୍ଷରୁ ମରୀଚିକୁଣ୍ତର ପାଣି ରୁକୁଣା ରଥ ପ୍ରତିଷ୍ଠା ପାଇଁ ଦେବା ପରେ ଏହାର ପାଣିକୁ ନିଲାମ କରାଯାଇଥାଏ । ମରୀଚି କୁଣ୍ତ ପାଣି ନେବାକୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ ।














