No Result
View All Result
୧୩ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :-> ଜଟଣୀ ପୌରାଞ୍ଚଳ ଅନ୍ତର୍ଗତ କୁଦିଆରି ଗ୍ରାମଦେବି ମା ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ଷଷ୍ଠୀ ତିଥିରେ ମା କାତ୍ୟାୟନୀ ବେଶରେ ଦର୍ଶନ ଦେଇଥିଲେl ସକାଳୁ ସାଲା ମଣ୍ଡନ ସୂର୍ଯ୍ୟ ପୂଜା ପରେ ସନ୍ଧ୍ୟାରେ ମା’ ଙ୍କୁ ମହାସ୍ନାନ କରାଯାଇ କାତ୍ୟାୟନୀ ବେଶରେ ସଜ୍ଜିତ କରାଯାଇଥିଲା l ଗୁପ୍ତ ପୂଜା ପରେ ଆଳତି ସହିତ ଦ୍ୱାର ଖୋଳାଯାଇ ମା ଦର୍ଶନ ଦେଇଥିଲେl ମା’ଆଜି ଚତୁର୍ଭୁଜା,ସିଂହ ବାହିନୀ,ଉପର ବାମ ହସ୍ତେ ପଦ୍ମ,ତଳ ହସ୍ତେ ଖଡ୍ଗ,ଡାହାଣ ଉପର ଓ ତଳ ହସ୍ତେ ଆଶୀର୍ବାଦ ମୁଦ୍ରା ରେ ଦର୍ଶନ ଦେଇଥିଲେl ଷୋଡଶ ଉପଚାର ପୂଜା ମହା ସପ୍ତସତି ସମ୍ପୂର୍ଣ ଚଣ୍ଡୀ ଆହୁତି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲିଥିଲା l

ଆସନ୍ତା କାଲି ମା କଳରାତ୍ରି ବା କାଳୀ ବେଶରେ ଦର୍ଶନ ଦେବେ ବୋଲି ମୁଖ୍ୟ ପୂଜକ ମନୋରଞ୍ଜନ ପଣ୍ଡା କହିଥିଲେ l ଆଜିର କାର୍ଯ୍ୟକ୍ରମ ସଭପତି ରାଧାମୋହନ ପଟ୍ଟନାୟକ, ଅଶୋକ ଦାଶ, ପ୍ରମୋଦ ସାହୁ, ରାମଚନ୍ଦ୍ର ସାହୁ, ସମୀର ରଞ୍ଜନ ପଣ୍ଡା, ଶଶୀକାନ୍ତ ମହାପାତ୍ର, ସୁଶାନ୍ତ ବୁଦ୍ଧିଆ ମହାପାତ୍ର,ଚଚି ବାରିକ,ଦିପୁ ପାଲ, ଦୀପ୍ତିମାନ ସାମନ୍ତରାୟ, ଜିତେନ୍ଦ୍ର କୁମାର ଜେନା, ଅମରନାଥ ପାଟସାହାଣି, ସାହିଲ ସାହାଣୀ,ସାଇ ସଂସ୍କାର ସ୍ୱାଇଁ, ବିବେକ ଦଳାଇ,ସନିଆ ପୃଷ୍ଟି ପ୍ରମୁଖ ପରିଚାଳନା କରିଥିଲେ ବୋଲି କମିଟି ସମ୍ପାଦକ ଏଲ ଡ଼ି ମହାନ୍ତି ସୂଚନା ଦେଇଛନ୍ତି।

No Result
View All Result