୧୨ ଏପ୍ରିଲ, ୨୦୨୪ (ଓଡିଶା ତାଜା ନ୍ୟୁଜ) ଭୁବନେଶ୍ୱର :-> ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବାକୁ ବିଜେଡ଼ି ଓ ବିଜେପି ନିର୍ବାଚନ ଇସ୍ତହାରରେ ରଖିବାକୁ ଦବି କରାଯାଇଛି । ଏନେଇ ବିଭିନ୍ନ ଅନୁଷ୍ଠାନର ସମୂହର ଅନୁଷ୍ଠାନ ମିଳିତ ମହାମଂଚ ପକ୍ଷରୁ ମଂଚର ଆବାହକ ଲିଙ୍ଗରାଜ ସାହୁ ନେତୃତ୍ୱରେ ବିଭିନ୍ନ ଦଳର ଇସ୍ତହାର କମିଟିରେ ଦାବି କରାଯାଇଛି । ବିଜେଡି ମୁଖପାତ୍ର ମାନସ ମଙ୍ଗରାଜ ଓ ନିର୍ବାଚନ ଇସ୍ତାହାର କମିଟି ଉପ ଆବାହକ ବିଜେଡି ନେତା ସସ୍ମିତ ପାତ୍ରଙ୍କ ସହ ଆଲୋଚନା କରିବା ସହ ଦାବିପତ୍ର ପ୍ରଦାନ କରାଯାଇଥିଲା। ପୂର୍ବରୁ ଭୁବନେଶ୍ୱର ୯୮୦ଜଣ ପୂଜା କମିଟିର ମୁଖ୍ୟ, ଭୁବନେଶ୍ୱର ବାଲିଯାତ୍ରା, ଭୁବନେଶ୍ୱର ଉପକଣ୍ଠର ଗ୍ରାମବାସୀ, ବାଲିପାଟଣା, ବାଲିଅନ୍ତା, ନଖରା ଆଦି ଅଂଚଳରେ ଦସ୍ତଖତ ସଂଗ୍ରହ କରାଯାଇଛି ।

ଶ୍ରୀ ସାହୁ କହିଛନ୍ତି ଯେ ପ୍ରାୟ ସବୁ ରାଜଧାନୀ ଜିଲ୍ଲା ହୋଇଥିବା ବେଳେ ଭୁବନେଶ୍ୱରକୁ ଜିଲ୍ଲା କରିବା ପାଇଁ ବହୁ କାରଣ ରହିଛି । ୧୯୯୨ମସିହାରେ ଖୋର୍ଦ୍ଧା ଜିଲ୍ଲା ଗଠନ ବେଳେ ଏହାର ଲୋକ ସଂଖ୍ୟା ୧୧ଲକ୍ଷ ଥିବା ବେଳେ ଏବେ ଏହି ଜିଲ୍ଲାରେ ୨୨ଲକ୍ଷରେ ପହଂଚିଳାଣି । ଭୁବନେଶ୍ୱରରେ ସବୁ ସରକାରୀ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ୩ନିର୍ବାଚନ ମଣ୍ଡଳିରେ ଲୋକ ସଂଖ୍ୟା ୧୨ଲକ୍ଷରେ ପହଂଚିଲାଣି । ୧୩ ଜିଲ୍ଲା ପୂର୍ନଗଠନ ପୂର୍ବରୁ ମଧ୍ୟ ଜଷ୍ଟିସ୍ ଦାସ କମିଶନ ତାଙ୍କ ରିପୋର୍ଟରେ ଭୁବନେଶ୍ୱରକୁ ରାଜସ୍ୱ ଜିଲ୍ଲା ଗଠନ ପାଇଁ ସୁପାରିଶ କରିଥିଲେ । ଭୁବନେଶ୍ୱରକୁ ଜିଲ୍ଲା ଗଠନ ପାଇଁ ତତ୍କାଳୀନ ମନ୍ତ୍ରୀ ସ୍ୱର୍ଗତଃ ସତ୍ୟପ୍ରିୟ ମହାନ୍ତି ପ୍ରସ୍ତବ ରଖି ବହୁ କାର୍ଯ୍ୟାଳୟ ଏଠାରେ ସ୍ଥାପନା କରିଥିଲେ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ନନ୍ଦିନୀ ଶତପଥୀ ମଧ୍ୟ ଭୁବନେଶ୍ୱରକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟି ମଧ୍ୟ ଜିଲ୍ଲା କରିବାକୁ ସୁପାରିଶ କରିଥିଲେ । ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ହେଉକି ଭୁବନେଶ୍ୱରର ବିଭିନ୍ନ ସମସ୍ୟା ଦେଖା ଦେଲେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ଉପସ୍ଥିତ ହୋଇ ସମାଧାନ କରିପାରିବେ । ଏପରି ବହୁ କାରଣ ପାଇଁ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା କରିବା ଆବଶ୍ୟକ ବୋଲି କୁହାଯାଇଛି ।















