୦୬ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଚାନ୍ଦପୁର :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀ ସହାୟକ ଭାବେ କାର୍ଯ୍ୟରତ ବିଶ୍ୱ ରଂଜନ ବିଶ୍ୱାଳଙ୍କର ଗତ କାଲି ରାତିରେ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ଅକାଳ ବିୟୋଗ ହୋଇ ଯାଇଅଛି । ମୃତ୍ୟ ବେଳକୁ ବିଶ୍ୱରଞ୍ଜନ ଙ୍କୁ 38 ବର୍ଷ ହୋଇଥିଲା । ତାଙ୍କର ପତ୍ନୀ ଙ୍କ ସହ ଏକ ଛୋଟ ଶିଶୁ ପୁତ୍ର ଅଛନ୍ତି।ଗତ ରବିବାର ଦିନ କୌଣସି କାରଣରୁ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ।ତେଣୁ ପରିବାର ଲୋକେ ତାଙ୍କୁ ପ୍ରଥମେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପରେ ଅଧିକ ଚିକିତ୍ସା ପାଇଁ ବିଶ୍ୱରଞ୍ଜନ ଙ୍କୁ ଭୁବନେଶ୍ୱର କୁ ସ୍ଥାନାନ୍ତର କରାଯାଇଥିଲା.

ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ICU ରେ ଚିକିତ୍ସା କରାଯାଉଥିଲା । ତେବେ ସେହି ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥାରେ ରେ ବିଶ୍ୱରଞ୍ଜନ ଙ୍କର ମୃତ୍ୟ ହୋଇଯାଇଥିଲା।ଶବ ବ୍ୟବଚ୍ଛେଦ ପରେ ବିଶ୍ୱରଞ୍ଜନ ଙ୍କ ମର ଶରୀର କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର କୁ ଅଣା ଯାଇଥିଲା।ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମର ଶରୀର ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ଡା ସତ୍ୟ ରଂଜନ ନନ୍ଦ ଶିଶୁ ରୋଗ ବିଶେଷଜ୍ଞ ଡା ଦେବାଶିଷ ଦାଶ ।
ଆୟୁଷ ଡାକ୍ତର କବିତା ସାହୁ।ଚକ୍ଷୁ ସହାୟକ ଦୁର୍ଗା ପ୍ରସାଦ ମହାପାତ୍ର ଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର ର ସମସ୍ତ କର୍ମଚାରୀ ମାନେ ପୁଷ୍ପ ଗୁଛ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ. ଏହା ପରେ ବିଶ୍ୱ ରଂଜନ ଙ୍କର ମର ଶରୀର କୁ ତାଙ୍କ ଗ୍ରାମରେ ପରୀକ୍ରମା କରା ଯାଇଥିଲା।ପରେ ଗାଁ ଶ୍ମାଶନ ରେ ଶେଷ କୃତ୍ୟ ସଂପନ୍ନ ହୋଇଥିଲା।ବିଶ୍ୱ ରଂଜନ ଙ୍କ ଅକାଳ ବିୟୋଗ ସାରା ଆଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ତାଙ୍କର ଅମାୟିକ ବ୍ୟବହାରବ ରୋଗୀ ସେବାକୁ ଲୋକେ ଭୁରି ଭୁରି ପ୍ରଶଂସା କରିଛନ୍ତି ।














