• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋରାଇ ବିଧାନସଭା : ବିଜେପିରୁ ଆକାଶଙ୍କ ନାଁରେ ମୋହର

Proprietor Abhimanyu Maharana by Proprietor Abhimanyu Maharana
April 3, 2024
in ଓଡ଼ିଶା, କଟକ, ଯାଜପୁର, ରାଜନୀତି, ହୋମ୍
0
କୋରାଇ ବିଧାନସଭା : ବିଜେପିରୁ ଆକାଶଙ୍କ ନାଁରେ ମୋହର
Share on FacebookShare on TwitterWhatsapp

ନିରାଶ ହେଲେ ବିଶ୍ବଜିତ୍ ଓ ଆଲେକ୍‌ଜାଣ୍ଡାର ବିଜେଡ଼ି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା

୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) କୋରାଇ :-> ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟି ଶେଷରେ ବିଜେପି କୋରାଇ ପାଇଁ ପୂର୍ବତନ ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସ ନାୟକଙ୍କ ନାଁ ରେ ମୋହର ମାରିଛି । ବିଜେପିର ମଙ୍ଗଧରିଥ‌ିବା ବିଶ୍ୱଜିତ ନାୟକ ଓ ଯୁବ ସଙ୍ଗଠକ ଆଲେକଜାଣ୍ଡାର ଦାସଙ୍କୁ ନିରାଶ ହେବାକୁ ପଡିଛି । ଉଭୟ ଶିବିରରେ ଏବେ ନୈରାଶ୍ୟ ଭାବ ଦେଖାଦେଇଛି । ମଙ୍ଗଳବାର ବିଜେପି ପକ୍ଷରୁ ବିଧାନସଭା ଲାଗି ୧୧୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଥିବା ବେଳେ କୋରାଇ ଆସନ ଲାଗି ଆକାଶ ଦାସନାୟକଙ୍କ ନାମ ରହିଛି । ଶ୍ରୀ ଦାସନାୟକ ବିଜେଡି ଟିକେଟରୁ କୋରାଇ ନିର୍ବାଚନ ମଣ୍ଡଳୀରୁ ୨୦୧୪ରେ ପ୍ରତିଦ୍ବନ୍ଦିତା କରି ବିଜୟ ଲାଭ କରିଥିଲେ । ୨୦୧୯ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନ ଦେଇ ନୂଆ ମୁହଁ ଦେଇଥିଲା ।

ଟିକେଟରୁ ବଂଚିତ ହୋଇ ମଧ୍ୟ କୋରାଇରୁ ଦୂରେଇ ଯାଇ ନ ଥିଲେ । ଦଳର ଷ୍ଟାର ପ୍ରଚାରକ ଭାବେ ନିର୍ବାଚନୀ ସଭା ଓ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଙ୍ଗ କରି ସଭାକୁ ସରସ ସୁନ୍ଦର କରିଥିଲେ । ସେ ସବୁଜ କୋରାଇ ସୃଷ୍ଟି ପାଇଁ ଅଂଚଳର ପଂଚାୟତରେ ଚାରା ବଂଟନ କାର୍ଯ୍ୟକ୍ରମର ଆୟୋଜନ କରି ବେଶ ଲୋକପ୍ରିୟ ହୋଇଥିଲେ । ଏଥର ଦଳ ତାଙ୍କୁ ଟିକେଟ ଦେବ ବୋଲି ତାଙ୍କର ଦୃଢ ଆଶା ଓ ବିଶ୍ବାସ ରହିଥିଲା । ହେଲେ ତାଙ୍କୁ ଏଥରେ ନିରାଶ ହେବାକୁ ସୂଚନା ମିଳିଥିଲା । ଯାହା ଫଳରେ ସେ ଗତ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

ପରେ ରବିବାର ବିଜେପିରେ ଯୋଗଦେଇ ଥିଲେ । ଗୋଟିଏ ଦିନର ବ୍ୟବଧାନ ପରେ ତାଙ୍କୁ କୋରାଇରୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଏହି ଆସନ ପାଇଁ ଶାସକ ବିଜେଡି କିମ୍ବା କଂଗ୍ରେସ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡ଼ିରେ ବର୍ତମାନର ବିଧାୟକ ଅଶୋକ ବଳ ଆଶାୟୀ ଥ‌ିବା ବେଳେ ପ୍ରଣବ ପ୍ରକାଶ ଦାସ ଓରଫ ବବି ଏବଂ ତାଙ୍କ ଭାଇ ଭବପ୍ରକାଶ ଦାସ ଓରଫ ଲଲଙ୍କ ନାମ ଚର୍ଚ୍ଚାରେ ରହିଛି, । ହେଲେ ଆଜି ବିଜେପିରୁ ଆକାଶଙ୍କ ପ୍ରାର୍ଥୀ ହେବା ପରେ ବିଜେଡିର ନିଦ ହଜିଯାଇଛି । ନେତା ଓ ଆଶାୟୀ ବ୍ୟକ୍ତି କର୍ମୀଙ୍କୁ ନେଇ ଘନଘନ ତତ୍କାଳ ବୈଠକ କରୁଛନ୍ତି ।

କଂଗ୍ରେସରେ ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ଥ‌ିବା ତଥା ପିସିସି ଉପସଭାପତି ବନ୍ଦିତା ପରିଡାଙ୍କ ନାମ ଆଗରେ ରହିଥିଲା ବେଳେ କିଛି ନୂଆମୁହଁ ନାମ ମଧ୍ୟ ତାଲିକାକୁ ଆସୁଛି । ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ବିଗତ ଦିନରେ ଏଠାରେ ବିରୋଧ ଦଳର ଭୂମିକାରେ ଥିବା ବେଳେ ଗତ ନିର୍ବାଚନରେ ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଥ‌ିବା ବିଶ୍ୱଜିତ ନାୟକଙ୍କୁ ୪୨୬୭୯ଖଣ୍ଡ ଭୋଟ ମିଳିଥିଲା । ହେଲେ ତାଙ୍କୁ ନଦେଇ କେଉଁ ଆଧାରରେ ଶ୍ରୀ ଦାସ ନାୟକକଙ୍କୁ ବିଜେପି ପ୍ରାର୍ଥୀ କରିବାକୁ ନିଷ୍ପତି ନେଲେ ବୋଲି କର୍ମୀ ମହଲରୁ କୁହାଯାଉଛି। ପୂର୍ବରୁ ଶ୍ରୀ ଦାସନାୟକଙ୍କୁ ସମର୍ଥନ କରି ଆସିଥିବା ବିଜେଡ଼ିର କେତେକ କର୍ମୀ ଓ ଭୋଟର ମଧ୍ୟ ତାଙ୍କ ସହ ଦଳଛାଡି ଆସିଥିବା ଦେଖ‌ିବାକୁ ମିଳୁଛି ।

ଅନ୍ୟପକ୍ଷରେ ଆଉ ଏକ ମୁଖ୍ୟ ପ୍ରସଙ୍ଗ ହେଲା ଏଠାରେ ବିଜେପି ସଂଗଠନକୁ ସଜାଡି ଆସିଥୁବା ତଥା ଗତଥରର ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କ ଆଭିମୁଖ୍ୟ ସମ୍ପର୍କରେ । ସେ ତାଙ୍କ ସମର୍ଥକଙ୍କୁ ନେଇ ସୋମବାର ଭୁବନେଶ୍ଵରରେ ରାଜ୍ୟ ସଭାପତିଙ୍କୁ ଭେଟିଥିଲେ । ବିଶ୍ୱଜିତ୍‌ଙ୍କୁ କୋରାଇରୁ ପୁନଃର୍ବାର ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଦାବି ଉଠିଥିଲା I ହଠାତ ସାକ୍ଷାତର ଗୋଟିଏ ଦିନ ପରେ ପ୍ରାର୍ଥୀ ଘୋଷଣା ଦଳକୁ ପୂର୍ବପରି କେତେ ସଙ୍ଗଠିତ କରି ରଖୁ ପାରୁଛି ତାହା ମଧ୍ୟ ଦେଖୁବାର କଥା । ବିଶ୍ୱଜିତ ପୂର୍ବ ନିର୍ବାଚନରେ ବିଜେଡ଼ି ଠାରୁ ୩୨ ହଜାର ଭୋଟ ପଛରେ ଥିଲେ । ବର୍ତମାନ ବିଜେଡ଼ି ପାଇଁ କୋରାଇ ଆସନ ଏକ ଚ୍ୟାଲେଞ୍ଜ ହେବାକୁ ଯାଉଥ‌ିବା ବେଳେ ସମ୍ମାନର ପ୍ରଶ୍ନ ମଧ୍ୟ ହୋଇଛି ।

ବିଶ୍ବଜିତଙ୍କ ସହ ଆଗଧାଡ଼ିରେ ଥ‌ିବା ଅନେକ ଛାମୁଆ କର୍ମୀ କଂଗ୍ରେସ ଦଳରୁ ଆସିଥିଲେ । ଆଗାମୀ ଦିନରେ ସେମାନେ ନିଜ ମନକୁ ବୁଝାଇ ବିଜେପି ପ୍ରତି ଆନୁଗତ୍ୟ ପ୍ରକାଶ କରୁଛନ୍ତି କି ତାଙ୍କ ପ୍ରତି ଅବିଚାର ନ୍ୟାୟରେ ଆଉ କିଛି ନିଷ୍ପତି ନେଉଛନ୍ତି ତାହା ସମୟ ହଁ କହିବ । ସେହିପରି ବିଜେପିର ଯୁବ ସଙ୍ଗଠକ ଇଂ ଆଜେକଜାଣ୍ଡାର ଦାସ କୋରାଇରେ ଘରଘର ବୁଲି ସଙ୍ଗଠନ ସଜାଡିଥିଲେ । ସେ ମଧ୍ୟ ପ୍ରାର୍ଥୀ ହେବା ଲାଗି ରାଜ୍ୟ ଠାରୁ କେନ୍ଦ୍ର ନେତୃବୃନ୍ଦଙ୍କ ଠାରୁ ଅଭୟ ବାଣୀ ପାଇଥିଲେ । ଅନ୍ୟଦଳର ଯୁବବର୍ଗଙ୍କୁ ଦଳରେ ସାମିଲ କରିବା ସହ ଦଳକୁ ସୁଦୃଢ କରିଥିଲେ । ସେ ଆଜି ନିରାଶ ହେବା ପରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ଶ୍ରୀ ଦାସନାୟକଙ୍କ ପାଇଁ ବିଶ୍ୱଜିତ ଓ ଆଲେକ୍ସ ଙ୍କ ସମର୍ଥକ ସଫଳତା ଆଉ ବିଫଳତାର ନିର୍ଣ୍ଣାୟକ ଭୂମିକା ନେବେ ବୋଲି ରାଜନୈତିକ ସମୀକ୍ଷକ ମତପ୍ରକାଶ କରିଛନ୍ତି |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

ବାଲିଗୁଡା ଏନଏସି ରେ ହୋଇଥିବା ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲର ଙ୍କ ଅନିଦ୍ଧିଷ୍ଟକାଳ ପାଇଁ ଧାରଣା

June 23, 2026
ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

ରାଜ୍ୟସଭା ନିର୍ବାଚନରେ ବିଧାୟକଙ୍କ କ୍ରସ ଭୋଟିଂ ପ୍ରସଙ୍ଗ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ଗଣତନ୍ତ୍ରକୁ ହତ୍ୟା କରିଛନ୍ତି ବାଚସ୍ପତି : ବିଜେଡି

June 22, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

କୋରାପୁଟ ବାଦଲିପାହାଡ଼ ଜଙ୍ଗଲରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ

June 23, 2026
ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version