• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆକ୍ରୋପଲିଶ୍ ପରିବାର ପକ୍ଷରୁ ୮୮ତମ ଉତ୍କଳ ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
April 3, 2024
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଆକ୍ରୋପଲିଶ୍ ପରିବାର ପକ୍ଷରୁ ୮୮ତମ ଉତ୍କଳ ଦିବସ ପାଳିତ
Share on FacebookShare on TwitterWhatsapp

୨ ଏପ୍ରିଲ, ୨୦୨୪ ( ଓଡିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ପବିତ୍ର ଉତ୍କଳ ଦିବସ ଅବସରରେ ଗତ ସନ୍ଧ୍ୟାରେ ଗୋଠପାଟଣା ସ୍ଥିତ ଆକ୍ରୋପଲିଶ୍ ପରିବାର ପକ୍ଷରୁ ଅତ୍ୟନ୍ତ ଉତ୍ସାହର ସହ ୮୮ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆକ୍ରୋପଲିଶ ପ୍ରେକ୍ଷାଳୟରେ ନବ ଉତ୍କଳର ନିର୍ମାତା ଏବଂ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରମୁଖ ଭୂମିକା ନେଇଥିବା ପ୍ରାତଃ ସ୍ମରଣୀୟ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପ୍ରକୃତି କବି ଗଙ୍ଗାଧର ମେହେର, ବ୍ୟାସକବି ଫକୀର ମୋହନ ସେନାପତି, ଭକ୍ତକବି ମଧୁସୂଦନ ରାଓ , ମହାରାଜ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ, ଗଜପତି କୃଷ୍ଣଚନ୍ଦ୍ର ଭଞ୍ଜ ପ୍ରମୁଖଙ୍କ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ସହ ସମ୍ମାନୀୟ ଅତିଥିମାନେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ମୁଖ୍ୟ ଅତିଥି ପ୍ରଧ୍ୟାପକ ଡଃ ସୁରେନ୍ଦ୍ରନାଥ ତ୍ରିପାଠୀ କାର୍ଯ୍ୟକ୍ରମ ଆରମ୍ଭରେ ଉଦଘାଟନୀ ଭାଷଣ ପ୍ରଦାନ କରି ଉତ୍କଳର ଉପରୋକ୍ତ ବରପୁତ୍ର ମାନଙ୍କର ସ୍ମୃତିଚାରଣ କରିବା ସହ ଭାଷାଭିତ୍ତିକ ଓଡ଼ିଶା ଗଠନ ପାଇଁ ଆନ୍ଦୋଳନରେ ସେମାନଙ୍କର ତ୍ୟାଗ ଓ ତପସ୍ୟା ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀମାନ ଦୀନବନ୍ଧୁ ଷଡ଼ଙ୍ଗୀ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ସମସ୍ତେ ନିଜକୁ ପ୍ରଥମେ ଓଡ଼ିଆ ଜାତିର ବୋଲି ଅନୁଭବ କରିବା ସହ ଏହାର ଦିଗନ୍ତ ବିସ୍ତାରୀ ଐତିହ୍ୟ ପରମ୍ପରାକୁ ବଜାୟ ରଖିବାକୁ କଟୀବଦ୍ଧ ହେବାକୁ ଆହ୍ଵାନ ଦେଇଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଶ୍ରୀମାନ୍ ସୌରଭ କୁମାର ସାହୁ ଓଡ଼ିଶାର ଦିଗ୍ ବିଜୟୀ ରାଜା ବୀରଶ୍ରୀ ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବୀରବର କପିଳେନ୍ଦ୍ର ଦେବଙ୍କ ସମୟରେ ଓଡ଼ିଶାର ପରିସୀମା ସହ ତାଙ୍କ ନାମ ସହ ଯୋଡ଼ି ହୋଇଥିବା ଉପାଧିର ଯଥାର୍ଥତା ଉପରେ ଆଲୋକପାତ କରିଥିଲେ ।

ଅନ୍ୟ ପ୍ରମୁଖ ଅତିଥିଙ୍କ ମଧ୍ୟରେ ଶ୍ରୀଯୁକ୍ତ ସୁଧାଂଶୁ କୁମାର ଲେଙ୍କା, ଶ୍ରୀମତୀ ମନ୍ଦାକିନୀ ଦାସ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । IIMT ଶିକ୍ଷା ଅନୁଷ୍ଠାନର ପୃଷ୍ଠପୋଷାକତା ରେ ପ୍ରବନ୍ଧକ ଶ୍ରୀମାନ ଜୟପ୍ରକାଶ ମିଶ୍ର ଉପସ୍ଥିତ ରହି ପ୍ରତିଯୋଗିତାର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର, ଟ୍ରଫି ପୁରସ୍କୃତ କରି ଉତ୍ସାହିତ କରିଥିଲେ। କାନ୍ତକବି ଲଷ୍ମୀକାନ୍ତ ମହାପାତ୍ରଙ୍କ ‘ବନ୍ଦେ ଉତ୍କଳ ଜନନୀ’ ମାତୃ ବନ୍ଦନା ସଂଗୀତ ଉପସ୍ଥିତ ସମସ୍ତ ଆକ୍ରୋପଲିଶ ପରିବାର ଦଣ୍ଡାୟମାନ ହୋଇ ଗାନ କରିଥିଲେ.। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ନେଇଥିବା ଯୋଗଜନ୍ମା ମହାପୁରୁଷମାନଙ୍କ ବ୍ୟକ୍ତିତ୍ୱ , କୃତିତ୍ୱ ଓ ବର୍ତ୍ତମାନ ସମୟରେ ଆମର କର୍ତବ୍ୟ ଆଲୋଚନାର ମୁଖ୍ୟ ବିଷୟ ଵିନ୍ଦୁ ହୋଇଥିଲା । ମଂଚାସୀନ ଅତିଥିମାନଙ୍କ ଓଜସ୍ୱୀ ଅଭିବ୍ୟକ୍ତି ସମସ୍ତଙ୍କୁ ଉର୍ଜାବାନ କରିବା ସହ ଓଡିଶା ମାଟି ଓ ସଂସ୍କୃତି ପାଇଁ ସ୍ୱାଭିମାନ ଜାଗ୍ରତ କରି ଥିଲା।
ଆମ ପୂର୍ବଜ ମାନଙ୍କ ବଳିଦାନ, ତ୍ୟାଗ ଓ ତିତିକ୍ଷା ହିଁ ଆମକୁ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ଆଣି ଦେଇଥିଲା ବୋଲି ମତ ପ୍ରକାଶ ପାଇଥିଲା ।

ମଂଚାସୀନ ଅତିଥିଗଣ ଏବଂ ଆକ୍ରୋପଲିଶ ପରିବାର ପକ୍ଷରୁ ଏ କାର୍ଯ୍ୟକ୍ରମର ଉତ୍ତମ ସଂଯୋଜନା ପାଇଁ ହାର୍ଦ୍ଦିକ କୃତଂଜ୍ଞତା ପ୍ରକାଶ କରିଥିଲେ। ଆକ୍ରୋପଲିଶ ର ଉପଦେଷ୍ଠା ସମିତି ଏବଂ ପରିଚାଳନା ସମିତି ସଭ୍ଯମାନେ ଜାତୀୟତାବୋଧ, ଦେଶପ୍ରୀତି ଏବଂ ଓଡ଼ିଆ ଅସ୍ମିତାର ଉଦ୍ରେକ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସମସ୍ତ ଓଡ଼ିଆଙ୍କୁ ଏକାଠି କରି ଉତ୍କଳୀୟ ସଂସ୍କୃତି ଏବଂ ଭାଷାପ୍ରୀତି ସୃଷ୍ଟି କରିବା ପାଇଁ ଦେଶାତ୍ମବୋଧ ସଂଗୀତ, ଓଡିଶୀ ନୃତ୍ୟ, ଓଡିଆ ପିଠା ପ୍ରତିଯୋଗିତା, ଝୋଟି ପ୍ରତିଯୋଗିତା, ବେଶ ପ୍ରତିଯୋଗିତା, ସାଧାରଣ ଜ୍ଞାନ ପ୍ରତିଯୋଗିତା, ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାର ବିଜୟୀ ପ୍ରାର୍ଥୀଙ୍କର ପୁରସ୍କୃତ କରି ତାଙ୍କ ପ୍ରତିଭାର ଉତ୍ତରୋତ୍ତର ଉନ୍ନତି କାମନା କରାଯାଇଥିଲା। ଏହି ସାମୁହିକ କାର୍ଯ୍ୟକ୍ରମରେ ଆକ୍ରୋପଲିଶ୍ ପରିବାରର ସମସ୍ତ ସଦସ୍ୟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ଯୋଗ ଦିବସ ପାଳିତ

June 22, 2026
ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

ବିଜେପି ପକ୍ଷରୁ ହରଚଣୀ ସାହିରେ ଯୋଗ ଶିବିର ଓ ବୃକ୍ଷରୋପଣ

June 22, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

ଖଲି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ୧୫ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ

June 22, 2026
ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version