୩୧ ମାର୍ଚ୍ଚ ୨୦୨୪ (ଓଡ଼ିଆ ତାଜ଼ା ନ୍ୟୁଜ) ପୁରୀ :-> ଆଜି ମୁକୁନ୍ଦ ମିଶ୍ର ନଗର ମୁକୁନ୍ଦେଶ୍ବର ମହାଦେବ ମନ୍ଦିର ନିକଟ ରେ ନିଶୁଳ୍କ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ଏହିଠାରେ ପ୍ରାୟ ୪୫ ରୋଗୀ ଚିକିତ୍ସିତ ହୋଇଥିଲେ. ବିଶେଷତ ଆଣ୍ଠୁ ଗଣ୍ଠି ବାତ, ଅଣ୍ଟା ଜନିତ ସମସ୍ୟା, ବେକରେ ସମସ୍ୟା, କାନ୍ଦ ସମସ୍ୟା,
ସ୍ନାଯୁଗତ ସମସ୍ୟା ଓ ପାରାଲିସିସ ରୋଗୀ ଚିକିତ୍ସିତ ହୋଇଥିଲେ. ଏହାକୁ ପରିଚାଳନା କରିଥିଲା ଆଦିତ୍ୟ ଚିକିତ୍ସା କେନ୍ଦ୍ର ( ଓଡ଼ିଆ ସ୍ବାସ୍ଥ୍ୟ ସେବା ସଂଘ) ଶଙ୍କର ଆଚାର୍ଯ୍ୟ ପୀଠ, ଗୋବର୍ଦ୍ଧନ ମଠ ପୁରୀ. ଏଥିରେ କେନ୍ଦ୍ର ର ସମସ୍ତ ଥେରାପିଷ୍ଟ ଦୀପ୍ତିମୟି ଦାଶ, ସୋମନାଥ ଦାସ,

ହରେକୃଷ୍ଣ ଖୁଣ୍ଟିଆ, ହରି ନାରାୟଣ ରଥ, ସାଗର ବେହେରା,ପରେଶ ଜଗଦେବ, ରତ୍ନାକର ସେଠୀ, ସଂଜିତା ମୁଖାର୍ଜୀ, ପଦ୍ମାବତୀ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ସାହୁ, ବର୍ଷା ସାହୁ, ସ୍ବପ୍ନା ପ୍ରିୟଦର୍ଶିନୀ ମହାନ୍ତି, ଏମାନେ ସମସ୍ତେ ରୋଗୀ ମାନଙ୍କୁ ଚିକିତ୍ସା ସେବା ପ୍ରଦାନ କରିଥିଲେ.
ଏହି ସେବା ପ୍ରଦାନ ସମସ୍ତ ଦାୟିତ୍ବ ସ୍ଥାନୀୟ ବାସିନ୍ଦା ଦେବାଶିଷ ଦାଶ ଓ ତାଙ୍କର ପରିବାର ସହଯୋଗ କରିଥିଲେ.






















