୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ବେଗୁନିଆ ସଦରମହକୁମାସ୍ଥିତ ମା ‘ ପଦ୍ମାଳୟା ଗୃହିଣୀ ସମାଜ ଆନୁକୂଲ୍ୟରେ ସ୍ଥାନୀୟ ଆଦର୍ଶ କ୍ଲବ ପରିସରରେ ” ପଖାଳ ଦିବସ ” ପାଳିତ ହୋଇଯାଇଛି । ଓଡ଼ିଆ ଜନ ଜୀବନର ପ୍ରାଣକେନ୍ଦ୍ର ପଖାଳକୁ ସାଧାରଣରେ ଉଜ୍ଜୀବିତ ରଖିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ସଭାନେତ୍ରୀ ବାସନ୍ତୀ ପ୍ରଧାନ ପୌରୋହିତ୍ୟ କରିଥିଲେ । ପ୍ରାରମ୍ଭରେ ପୂଜକ ଯୋଗିନାଥ ମହାପାତ୍ରଙ୍କ ପୂଜାର୍ଚ୍ଚନା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପଖାଳ ଭୋଗ ସମର୍ପଣ କରାଯାଇଥିଲା ।

ପରେ ଶ୍ରାବ୍ୟ ଉପକରଣ ମାଧ୍ୟମରେ ସଙ୍ଗୀତ ସୁଧାକର ସ୍ବର୍ଗତ ବାଳକୃଷ୍ଣ ଦାଶଙ୍କ କଣ୍ଠରେ ” ଆସ ଜୀବନଧନ ମୋ ‘ର ପଖାଳ କଂସା ” ପୁରାତନ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏଥିରେ ଗୃହିଣୀ ସମାଜର ଉପଦେଷ୍ଟା ସିମୋର ପଞ୍ଚାୟତ ସମିତି ସଭ୍ୟା ନଳିନୀ ପଣ୍ଡା, ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ, ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ, ଶିକ୍ଷାବିତ ଶରତ କୁମାର ପଣ୍ଡା ଓ କବିକେତନ ଗୌରଚରଣ ସାମନ୍ତସିଂହାର ପ୍ରମୁଖ ଅତିଥି ରୂପେ ଯୋଗଦେଇ ଏକଧାରାରେ ମଣିଷର, କ୍ଷୁଧା, ତୃଷା ଓ କ୍ଲାନ୍ତି ଦୂର କରିପାରୁଥିବା ପଖାଳର ଆଦର ଏବେସୁଦ୍ଧା ପ୍ରତିଟି ଓଡ଼ିଆ ପରିବାରରେ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।
ଉପସ୍ଥିତ ସମସ୍ତ ସଭ୍ୟସଭ୍ୟାମାନେ ସାମୁହିକ ପଖାଳ ଭୋଜନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସମାଜସେବୀ ବ୍ରଜବନ୍ଧୁ ପଣ୍ଡା ,। ପ୍ରଶାନ୍ତ କୁମାର ବାରିକ ଅଶ୍ବିନୀ ପଟ୍ଟନାୟକ,ଭାଗବତ ମହାପାତ୍ର , ବଂଶୀଧର ପାଣିଗ୍ରାହୀ , ଶ୍ରୀବତ୍ସ ପାଣିଗ୍ରାହୀ ଓ ରଶ୍ମୀରଂଜିତା ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଗାୟକ ପ୍ରଦୀପ କିଶୋର ତ୍ରିପାଠୀ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।














