୫ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚାନ୍ଦପୁର :-> ସାରା ରାଜ୍ୟ ଆଜି ପାଳୁଛି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୮ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ମଧ୍ୟ୍ୟ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି।

ମହାନ୍ ଜନ ନାୟକ ବିଜୁ ବାବୁଙ୍କ ଜୟନ୍ତୀ ଟାଙ୍ଗୀ ବିଜେଡି ପକ୍ଷରୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରାଯିବା ସହ ସୁଶମ ଖାଦ୍ୟ ବଣ୍ଟନ କରାଯାଇଅଛି ।ଏହା ସହ ଟାଙ୍ଗୀ ଜରାଶ୍ରମ ପରିସରରେ ଅନ୍ତେବାସୀ ମା ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଅଛି।

ଏହି. କାର୍ଯ୍ୟକ୍ରମରେ ଟାଙ୍ଗୀ ଗ୍ରାମ ପଂଚାୟତ ସରପଞ୍ଚ କିଶୋର କୁମାର ବେହେରା. ସମିତି ସଭ୍ୟ ଅନ୍ନପୂର୍ଣ୍ଣା ବେହେରାଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ଓ ବିଜୁ ପ୍ରେମୀ ମାନେ ସାମିଲ ହୋଇଥଲେ. ଆଗାମୀ ଦିନରେ ଓଡିଶା କୁ ଆଗେଇ ନେବାପାଇଁ ସପଥ ନେଇଥିଲେ।















