ଏଥିପାଇଁ ଶିଳ୍ପଠାରୁ ଆରମ୍ଭ କରି ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । କାର୍ବନ ବିକିରଣ ଜନିତ ପ୍ରଦୂଷଣ ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହୋଇଥିବା ଓ ଏଥିଯୋଗୁଁ ମାନବ ସମାଜ ଓ ପରିବେଶ ଉପରେ ପ୍ରଭାବ ପଡୁଛି । ଖଣିଜ କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ସୃଷ୍ଟି ହେଉଥିବା ପ୍ରଦୂଷଣକୁ ରୋକିବା ବା କମାଇବା ପାଇଁ ପଦକ୍ଷେପ ନିଆଯିବା ସଂପର୍କରେ ସମ୍ମିଳନୀରେ ଆଲୋଚନା କରାଯାଇଛି । କାର୍ଯ୍ୟକ୍ରମରେ ଭାରତ ସରକାରଙ୍କର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ, ଓଡିଶା ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଏବଂ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ, ରାଜ୍ୟ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ବାର୍ତ୍ତା ଦେଇଥିଲେ ।
ଓଡିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ କେ. ମୁରୁଗେସନ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ସମ୍ମିଳନୀର ଉଦ୍ଦେଶ୍ୟ ଓ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସଂପର୍କରେ ଆଲୋକପାତ କରିଥିଲେ । ପ୍ରଥମ ଥର କରି ଏହି ସମ୍ମିଳନୀ ଓଡିଶାରେ ଅନୁଷ୍ଠିତ ହେଉଛି । ଏଥିରେ ପରିବେଶ,ଶିଳ୍ପ,ଧାତବ ଶିଳ୍ପ, ବିଶେଷଜ୍ଞ, ପ୍ରାଧ୍ୟାପକ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେଇଛନ୍ତି । ଭାରତ ସରକାରଙ୍କ ଇସ୍ପାତ ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରୂଚିକା ଚୌଧୁରୀ ଗୋଭିଲ୍, ବିଜୁ ପଟ୍ଟନାୟକ ମେଟାଲ ନ୍ୟାସନାଲ ଷ୍ଟିଲ୍
ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ପ୍ରିତମ ଏସ୍ ପୁର୍କାୟସ୍ଥ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ତଥ୍ୟ ସମ୍ବଳିତ ପ୍ରକାଶିତ “ନଲେଜ୍ ପେପର” ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଏଠାରେ ଆୟୋଜିତ ଏକ ପ୍ରଦର୍ଶନୀକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଉଦଘାଟନ କରିବା ସହିତ ପ୍ରଦର୍ଶନୀ ପରିଦର୍ଶନ କରି ଅଂଶଗ୍ରହଣକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏହି ପ୍ରଦର୍ଶନୀରେ ୨୨ ଟି ସଂସ୍ଥା ଅଂଶଗ୍ରହଣ କରିଛନ୍ତି । ସବୁଜ ଧାତୁ ହେଉଛି ନିଟ୍ ଶୂନ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବା ଲକ୍ଷ୍ୟ ନେଇ ସ୍ୱଚ୍ଛ ଶକ୍ତିର ପ୍ରୟୋଗ କରିବା ।

© 2023 Odisha Taza News.