୭ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ରଣପୁର :- ରଣପୁର ଏନ୍ଏସି ୭ ନମ୍ବର ୱାର୍ଡସ୍ଥିତ ମା’ ହାବୁଡ଼ାସିଂହୀଙ୍କ ମନ୍ଦିରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୭ ତମ ଚଣ୍ଡୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଆଜି ସନ୍ଧ୍ୟା ସାଢ଼େ ୫ ଟାରେ ମନାସୀଧାରୀ ଭକ୍ତମାନେ ପବିତ୍ର ପୁଷ୍କରିଣୀ ବଧିରୁ କଳସରେ ଜଳ ଉଠାଇ ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିଥିଲେ
ସେଠାରେ ଦେବନୀତି ଅନୁଯାୟୀ ମା’ଙ୍କ ମୂର୍ତ୍ତିରେ ଜଳଲାଗି ହେବା ସହ ପୂଜାପାଠ ଆରମ୍ଭ ହୋଇଥିଲା । ତେବେ ଗତକାଲି ଅଙ୍କୁରାରୋପଣ ଅନୁଷ୍ଠିତ ହେଇଥିବା ବେଳେ ଆସନ୍ତାକାଲିଠାରୁ ଚଣ୍ଡୀ ମହାଯଜ୍ଞ ଆରମ୍ଭ ହେବା ଏହା ୫ ଦିନ ଧରି ହେବାକୁ ଥିବା ବେଳେ ଆସନ୍ତା ଶୁକ୍ରବାର ଦିନ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ
ବୋଲି ମନ୍ଦିର କମିଟିର ମୁଖ୍ୟ ପୁରୋଧା ତଥା ରଣପୁର ଏନ୍ଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବନମାଳୀ ତ୍ରିପାଠୀ, ଶୁଭେନ୍ଦୁ କୁମାର ପଟ୍ଟନାୟକ ଓ ପୁର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ |

© 2023 Odisha Taza News.