୬ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନେଶ୍ୱର :-> ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୨୩ ଏବଂ ୪୯ ରେ ଭୁବନେଶ୍ୱର ମହାନଗର ନିଗମରେ ଗଢ଼ିଉଠିଥିବା ନୂତନ କଲୋନୀ ର କଚ୍ଚା ରାସ୍ତାକୁ ପକ୍କା ରାସ୍ତା ରେ ପରିଣତ କରିବାପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ଵତନ୍ତ୍ର ସହାୟତା ରେ ପ୍ରଥମ ପର୍ଯ୍ୟାୟରେ ବି ଏମ ସି ର ୨୨୧ ଟି ରାସ୍ତା ପାଇଁ ପ୍ରାୟ ୩୬୪.୮୭ କୋଟି ଟଙ୍କା ମଞ୍ଜୁର କରିଥିବାବେଳେ

ସେଥିମଧ୍ୟରୁ ରୁ ଏକାମ୍ର ନିର୍ବାଚନ ମଣ୍ଡଳୀରେ ୯୭ କିଲୋମିଟର ରାସ୍ତା ଓ ଡ୍ରେନ ପାଇଁ ପ୍ରାୟ ୧୯୩ କୋଟି ମଞ୍ଜୁର କରାଯାଇଛି ବୋଲି ବି.ଏମ୍.ସ.ର ବୈଷୟିକ ଉପଦେଷ୍ଟା ଇଞ୍ଜିନିୟର ଅରୁଣ କୁମାର ନାୟକ ସୂଚନା ଦେଇଛନ୍ତି। ସେଥିମଧ୍ୟରୁ ଆଜି ରାଜୀବ ନଗର, ପି ପି ଟି କଲୋନୀ, ଖଣ୍ଡଗିରି ବିହାର,ଘାଗୁଡ଼ି ବ୍ରିଜ ରାସ୍ତା,

ଟାଟା ଆରିଆନା,କେ ୪ ପ୍ରଭୁତି ଅଞ୍ଚଳରେ କଚ୍ଚା ରାସ୍ତାରୁ ପକ୍କା ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଛନ୍ତି। କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ,କିରଣ ମାଝୀ, ପୂର୍ବତନ କର୍ପୋରେଟର ଅଶ୍ଵିନୀ ସୁନ୍ଦରାୟ,ଦିଲ୍ଲୀପ ମାଝୀ, ସୁଜିତ୍ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।













