ସ୍ପର୍ଶ ଡାକ୍ତରଖାନାର ବିଜିନେଶ ପରିଚାଳକ ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଆସିଥିବା ଗରିବ ଅସହାୟ ବୃଦ୍ଧ, ବୃଦ୍ଧା ଶ୍ରମିକ ଶ୍ରେଣୀର ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରି ଏହାକୁ ପରିଚାଳନ କରିଥିଲେ ! ଏହି ସ୍ୱାସ୍ଥ୍ୟ ସେବା ଶବିର କାର୍ଯ୍ୟକ୍ରମରେ ଅସ୍ତିଶାଲ୍ୟ ବିଭାଗରେ 45ଜଣ, ଭେଷଜ ବିଭାଗରେ 92ଜଣ, ପ୍ରସୂତି ବିଭାଗରେ 45ଜଣ ଓ଼ ଆଖି ବିଭାଗରେ 55ଜଣ ରୋଗୀମାନଙ୍କର ଚିକିତ୍ସା କରାଯାଇଥିଲା ! ପ୍ରତି ମାସରେ ଏଭଳି ସ୍ୱାସ୍ଥ୍ୟସେବା ଶିବିର କାର୍ଯ୍ୟକ୍ରମମାନ କରାଯାଇ ଗରିବ ଅସହାୟ ରୋଗୀମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ସରପଞ୍ଚ ଝୁନୁବାଳା ରଣସିଂହ ଓ଼ ଲଷ୍ମୀଧର ମାର୍ଥା ଗଣମାଧ୍ୟମକୁ କହିଛନ୍ତି !
ଏହି ପଞ୍ଚାୟତସ୍ତରୀୟ ମାଗଣା ସ୍ୱାସ୍ଥ୍ୟ ସେବା ଶିବିରକାର୍ଯ୍ୟରେ ମା “ଗମେଇ ଯୁବକ ସଂଘର ସଦସ୍ୟ ବ୍ରଜମୋହନ ମାର୍ଥା, ବିଶ୍ୱଜିତ ପେଠୋଇଁ, ସୁକାନ୍ତ ମହାନ୍ତି, ପ୍ରଦୀପ ମାର୍ଥା,ଭାଗିରଥି ସାମନ୍ତ, ଅଭୟ ପ୍ରଧାନ ଓ଼ ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗକରି ସମସ୍ତ କାର୍ଯ୍ୟକୁ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରିଥିଲେ ! ମା”ଗମେଇ ଯୁବକ ସଂଘର ଏଭଳି କାର୍ଯ୍ୟକ୍ରମଙ୍କୁ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜ ସେବୀ, ଗ୍ରାମବାସୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି !

© 2023 Odisha Taza News.