No Result
View All Result
୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବେଗୁନିଆ :- ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଛତ୍ରପଡା ସରକାରୀ ଉଚ୍ଚ ବିଦ୍ୟାଳୟର ୪୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏ ନେଇ ଶନିବାର ପୂର୍ବାହ୍ନରେ ବିଦ୍ୟାଳୟ ପରିସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ତ୍ରିପାଠୀ ପୌରୋହିତ୍ୟ କରିଥିଲେ ।ପ୍ରାରମ୍ଭରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ସ୍ୱାଗତ କରାଯିବା ସହ ” ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା । ଶିକ୍ଷୟିତ୍ରୀ ସୁଶ୍ରୀ ସଙ୍ଗୀତା ସାମଲଙ୍କ ମଙ୍ଗଳା ଚରଣ ପାଠରେ କାର୍ଯ୍ୟକ୍ରମର ଶୁଭରମ୍ଭ ହୋଇଥିଲା।ପରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ଶିକ୍ଷକ ସୂର୍ଯ୍ୟକାନ୍ତ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ଦିପ୍ତୀଶ ବେଉରା ବାର୍ଷିକ ବିବରଣୀ ପାଠ କରିଥିଲେ ।ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ଶିକ୍ଷାବିତ ଲିଙ୍ଗରାଜ ମହାପାତ୍ର ମୁଖ୍ୟ ଅତିଥି,ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ମୁଖ୍ୟ ବକ୍ତା,
ଶିକ୍ଷାବିତ ଭବକୃଷ୍ଣ ପଟ୍ଟନାୟକ, କେଦାରନାଥ ବାହିନୀପତି, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଚିତ୍ତରଞ୍ଜନ ଚମ୍ପତ୍ତି, ମୋ ସ୍କୁଲ କମିଟି ଅଧ୍ୟକ୍ଷ ପଦ୍ମଚରଣ ମଙ୍ଗରାଜ ଓ ସିଆରସିସି ଆଲୋକ କୁମାର ସାମନ୍ତରାୟ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସାଧାରଣ ଶିକ୍ଷା ସହ ବିଦ୍ୟାର୍ଥୀ ମାନଙ୍କର ମାନବୀୟ ଗୁଣାବଳୀର ବିକାଶ ହେଲେ ରାଷ୍ଟ୍ରର ବିକାଶ ହୋଇପାରିବ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଶିକ୍ଷକ ଚଗଲା ପଣ୍ଡା ଧନ୍ୟବାଦ ଦେବା ପରେ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଉତ୍ସବକୁ ଶିକ୍ଷକ ଇଙ୍ଗଡ଼ା ମଲ୍ଲିକ, ମନ୍ଦାକିନୀ ଦାସ ଓ ରଶ୍ମିତା ଦଳେଇ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

No Result
View All Result