No Result
View All Result
୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା :- ମୃତକ ଜଣଙ୍କ ବଡମ୍ବା ଗୋପମଥୁରା ଗ୍ରାମର ପ୍ରମିଳା ଲେଙ୍କା ।ଆଜି ସକାଳୁ ବଡମ୍ବା ଗୋପମଥୁରା ଗ୍ରାମର ଗଣେଶ୍ଵର ଲେଙ୍କା ତାଙ୍କ ସ୍ତ୍ରୀ ପ୍ରମିଳା ଙ୍କୁ ଧରି ଭୁବନେଶ୍ବର ସ୍କୁଟିରେ ଯାଉଥିବା ବେଳେ ବଡବେରଣା ଗାଁ ନିକଟରେ ଏକ ବାଲି ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବା ସହିତ ସ୍ତ୍ରୀ ପ୍ରମିଳାଙ୍କୁ ପଚାଶ ମିଟର ପ୍ରାୟ ଘୋଷାଡି ନେଇଥିଲା ।
ତେବେ ଏଥିରେ ପ୍ରମିଳାଙ୍କ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ସ୍ୱାମୀ ଗଣେଶ୍ଵର ଆହତ ହୋଇଛନ୍ତି ।ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଲାଗି ରହିଥିବା ବେଗୁନିଆ ପୋଲିସ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରୁଛି । ଅନ୍ୟପଟରେ ଏହି ରାସ୍ତା ଦେଇ ଦିନବେଳେ ବାଲିବୋଝେଇ ଟ୍ରକ ନ ଯିବାକୁ ଲୋକେ ଦାବି କରିଛନ୍ତିି

No Result
View All Result