No Result
View All Result
୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ପାରଳଖେମୁଣ୍ଡି ସ୍ଥିତ ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ମାନଙ୍କୁ ସିଲେଇ ତାଲିମ କାର୍ଯ୍ୟକ୍ରମର ଆଜି ଉଦଯାପନ ହୋଇଯାଇଅଛି । ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମ ପଞ୍ଚାୟତ ରୁ ମୋଟ ୩୫ ଜଣ ମହିଳା ତାଲିମ ନେଲେ । ଉଦଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରିପାଠୀ, ଜିଲ୍ଲା ନିୟୋଜନ ଅଧିକାରୀ,ଗଜପତି ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଶ୍ରବଣ କୁମାର ପ୍ରଧାନ ସଭାପତିତ୍ଵ କରିଥିଲେ ।
ସମସ୍ତ ମହିଳା ତାଲିମ ପ୍ରତିଭାଗୀ ମାନଙ୍କୁନିଜ ନିଜ ବକ୍ତବ୍ୟ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ ଏବଂ ନିଜେ ଜଣେ ଆତ୍ମ ନିର୍ଭରଶିଳ ଉଦ୍ୟୋଗିକାରୀ କିପରି ହୋଇପାରିବା ସେ ସଂପର୍କରେ ଅବଗତ କରାଯାଇଥିଲା । ଏହି ସଭାରେ ଅନୁଷ୍ଠାନର ପାଠ୍ୟ ସଂଯୋଜକ ଶ୍ରୀ ପ୍ରଦୀପ କୁମାର ଦାସ ଏବଂ ମହିଳା ସିଲେଇ ପ୍ରଶିକ୍ଷିକା ଶ୍ରୀମତୀ ଏ.ଵାଲାମଣି ଆଚାରୀ ଉପସ୍ଥିତ ଥିଲେ | ଶେଷରେ ଅନୁଷ୍ଠାନର ପ୍ରାଧ୍ୟାପକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result