୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ବାଲୁଗାଁ :- ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସୁବୁଦ୍ଧି ପାଟଣା ଛକ ନିକଟରେ ବସ ଦୃଘଟଣା ଗ୍ରସ୍ଥ ହୋଇ 8 ଜଣ ଯାତ୍ରୀ ଆହତ ହୋଇଛନ୍ତି l ଘଟଣାରୁ ପ୍ରକାଶ ଯେ ଯାତ୍ରୀ ବାହୀ ବସଟି ଆସ୍କାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବାଲୁଗାଁ ଥାନା 16 ନଂ ଜାତୀୟ ରାଜପଥ ସୁବୁଦ୍ଧିପାଟଣା ଛକ ନିକଟରେ ଯାତ୍ରୀବାହି ବସଟିକୁ ପଛପଟୁ ଏକ ମାଛ ବୋଝେଇ ଟ୍ରକ ଧକ୍କା ଦେଇଥିଲା | ଯାହା ଫଳରେ ବସଟି ରୋଡ଼ ଉପରୁ ରାସ୍ତାକଡ଼ ବିଲକୁ ଖସିଯାଇଥିଲା |
ବସରେ ପାଖାପାଖି ଥିବା ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୮ ଜଣ ଆହତ ହୋଇଛନ୍ତି l ଆହତ ଯାତ୍ରୀ ମାନଙ୍କୁ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତର ଖାନାକୁ ପଠାଯାଇଛି l ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି | ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଛି | ଅନ୍ୟ ଯାତ୍ରୀ ମାନଙ୍କୁ ଅଲଗା ବସ ଯୋଗେ ଛଡ଼ାଯାଇଛି |

© 2023 Odisha Taza News.