ତତ୍ପରେ ଆମ ଓଡିଶା ନବୀନ ଓଡିଶା ର ସଚେତନା କାର୍ଯ୍ୟ କ୍ରମ ଟିକୁ ଆର,ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲରିମନ୍ ଖର୍ସେଲ୍ ଦୀପ ପ୍ରଜ୍ୱଳନ କରି ସଭାଟିକୁ ଶୁଭାରମ୍ବ କରିଥିଲେ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ଜଗବନ୍ଧୁ ଦାସ,ଜିଲ୍ଲା ପରିଷଦ ସଭ୍ୟା ଜମୁନା ଦଳବେହେରା,ସ୍ଥାନୀୟ ସରପଞ୍ଚ ଡ଼ାଳିମ୍ବ ଗମାଙ୍ଗ, ସମିତି ସଭ୍ୟା ଶୀବାନି ବେହେରଦଳାଇ, ସ୍ଥାନୀୟ ପ୍ରଧାନ ଶିକ୍ଷକ ସର୍ମରାଜ ସାମଲ, ଏପିଓ ଅଖିକ୍ଷ କୁମାର ବିଷୟି ରନ୍ତ ,ସମାଜସେବୀ ରାଜୁ ରଣସିହ,ଯୁବ ସମାଜସେବୀ ଟିକେଶ୍ୱର ମହାକୁଡ଼, ବି,ପି,ଏମ୍ -ଦେବସ୍ମିତା ଲେଙ୍କା, ସମନ୍ନିତ ଶିଶୁ ବିକାଶ ବିଭାଗ ର ସୁପରଭାଈଜର ଉଶାରାଣି ଦଳାଇ,
ଖ୍ରୀଷ୍ଟପୂର ସମାଜ ସେବି ସାମସନ୍ ଲିମା,ତଥା ପଞ୍ଚାୟତର ସମସ୍ତ ମହିଳା ମଣ୍ଡଳ ଗ୍ରୁପର ସଦସ୍ୟ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସଭାଟିକୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।ଏହି ସଭାଟିର ମୁଖ୍ୟ ଉଦ୍ଧେଶ୍ୟ ହେଲା ମାନ୍ୟବର ଓଡିଶା ସରକାରଙ୍କ ଜନହୀତକାରି ଯୋଜନା ମାନ ଯେଭଳି ଗ୍ରାମାଞ୍ଚଳରେ ପହଂଚି ଭିତିଭୁମି ର ବିକାଶ ହୋଇପାରିବ ତା ଉପରେ ପ୍ରତିନିଧି ମାନେ ଜନସାଧାରଣ ଙ୍କୁ ଅବଗତ କରାଇଛନ୍ତି ।ଏହି ପରିପ୍ରେକ୍ଷୀରେ ମିଶନ ଶକ୍ତି ତରଫରୁ ପ୍ରଭାତୀ ମହିଳା ଗ୍ରୁପ ( ୫.୦୦୦୦୦) ପାଞ୍ଚ ଲକ୍ଷ ଟଙ୍କା ,
ହୋସାନା ମହିଳା ଗ୍ରୁପ କୁ (୪.୦୦୦୦୦) ଚାରି ଲଖ୍ୟ ଟଙ୍କା ଋଣ ଚେକ୍ ମାଧ୍ୟମରେ ପ୍ରଦାନ କରାଯାଇଛି ।ସେହିଭଳି ସ୍ୱାସ୍ଥ୍ୟ ବିଭାଗ, ଉଦ୍ୟାନ ବିଭାଗ ତଥା ସମସ୍ତ ଲାଇନ ବିଭାଗ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପଞ୍ଚାୟତର ଜିପିଇଓ ତଥା ପିଇଓ ଶଶାଙ୍କ ଶେଖର ସୁବୁଦ୍ଧୀ ପରିଚାଳନା କରିଥିବା ବେଳେ ପଞ୍ଚାୟତ କର୍ମଚାରୀମାନେ ସହଯୋଗ କରିଥିଲେ ।

© 2023 Odisha Taza News.