୨ ଫେବୃଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) କଟକ :- କଟକ ମହାନଗର ନିଗମ ଫୁଲନଖରା ନିକଟସ୍ଥ ବମ୍ଫକୁଦ ଠାରେ ଥିବା ବମ୍ଫକୁଦ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ଥିବା ୫୬, ୫୭, ୫୮, ୫୯ ନମ୍ବର ୱ।ର୍ଡ଼ରେ କାର୍ଯ୍ୟରତ ଆଶା ଦିଦି ମାନଙ୍କୁ ଠିକ୍ ସମୟରେ ସେମାନଙ୍କର ପ୍ରାପ୍ୟ ଅର୍ଥ ଏବଂ ପୋଷାକ ଦିଆ ଯାଉ ନଥିବାରୁ ଏନେଇ ଶୁକ୍ରବାର ଦିନ କାର୍ଯ୍ୟରତ ସମସ୍ତ ଆଶା ଦିଦି ମାନେ କାର୍ଯ୍ୟ ବନ୍ଦକରି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିଲେ ।
ଏହି ଖବର ପାଇ ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ା, ୫୯ ନମ୍ବର ୱ।ର୍ଡ଼ର କର୍ପୋରେଟର ମମତା ମହାନ୍ତି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଆଶା ଦିଦିଙ୍କ ସମସ୍ୟା ବୁଝିବା ସହିତ , ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ାକ୍ତର, ଏବଂ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ କଥା ବୁଝୁଥିବା ଏନ୍ଞିଓର ମୁଖ୍ୟଙ୍କ ସହ କଥା ହୋଇଥିଲା । ଦଶ ଦିନ ମଧ୍ୟରେ ଉପୁଜିଥିବା ସମସ୍ୟାର ସମାଧାନ କରାଯିବାକୁ ପ୍ରତିଶ୍ରୁତି ଦେବାରୁ ଆଶା ଦିଦି ମାନେ ଧାରଣ ପ୍ରତ୍ୟାହାର କରି ନେଇଥିଲେ ।

© 2023 Odisha Taza News.