No Result
View All Result
୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ)ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଇସିଂ ଘାଟି ରେ ଏହି ଦୁର୍ଘଟଣା ଟି ଘଟିଛି। ସକାଳୁ ସକାଳୁ ବିକ୍ରାନ୍ତ ନାମକ ବସ୍ ଟି ବ୍ରାହ୍ମଣୀଗାଁ ରୁ ବ୍ରହ୍ମପୂର ଅଭିମୁଖେ ଯାତ୍ରା କରିଥିବା ବେଳେ ମୋହନା ରୁ ମାତ୍ର ଏକ କିଲୋମିଟର ଦୂର ରେ ଅବସ୍ଥିତ ରାଇସିଂ ଗ୍ରାମ ନିକଟ ରେ ଥିବା ଏକ ଘାଟି ପାଖରେ ଏହି ଦୁର୍ଘଟଣା ଟି ଘଟିଛି । ସୁଚନା ମୁତାବକ ବସ୍ ଆଗରୁ ଏକ ବାଇକ୍ ରେ ଦୁଇ ଜଣ ଦୃତଗତି ରେ ବସ୍ ଆଗକୁ ମାଡ଼ି ଆସିଥିଲେ ହେଲେ ବାଇକ୍ ଆରୋହୀ କୁ ବଞ୍ଚାଇବା କୁ ଯାଇ ବସ୍ ଡ୍ରାଇଭର ବସ୍ ଟି କୁ
ରାସ୍ତା ତଳ ଏକ ଗଛ କୁ ଧୋକା ଦେଇଥିଲା। ଫଳରେ ଡ୍ରାଇଭର ଜଣକ ଆହତ ହୋଇଥିବା ଜଣା ପଡ଼ିଛି। ଏବଂ ଡ୍ରାଇଭର ଙ୍କ ଚତୁରତା ସକାଶେ ବାଇକ୍ ଯାତ୍ରୀବାହି ସହିତ ବସ୍ ରେ ବସି ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭର ଙ୍କୁ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଚିକିତ୍ସାଳୟ ରେ ଭର୍ତି କରିଛନ୍ତି। ଘଟଣା ସ୍ଥଳରେ ମୋହନା ପୁଲିସ ସହ ଅଗ୍ନିସମ ବାହିନୀ ପହଞ୍ଚି ଅଧିକ ତଦନ୍ତ କରିଥିବା ଜଣାପଡିଛି।

No Result
View All Result