୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ଆଜି ବୁଧବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଳକ୍ ଅନ୍ତର୍ଗତ କନ୍ତିଆ ଶ୍ରୀ ସୋମନାଥ ବାଲୁଙ୍କେଶ୍ବରଦେବ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଚାଲିଥିବା ଆତ୍ମ ସୁରକ୍ଷା କାର୍ଯକ୍ରମ ଉଦଯାପିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବ୍ରତ ମହାନ୍ତି ମୂଖ୍ୟ ଅତିଥି ଭାବେ ଯୋଗଦେଇ ଆୟୋଜିତ ଉଦଯାପନୀ ସଭାରେ ସଭାପତିତ୍ବ କରିଥଲେ
ମୂଖ୍ୟ ଅତିଥି ଶ୍ରୀ ମହାନ୍ତି ଆଠଦିନ ଧରି ଚାଲିଥିବା ଏହି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ସମ୍ବନ୍ଧରେ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ।କାର୍ଯ୍ୟକ୍ରମର ଅଧିକାରୀ ଶ୍ରୀ ଦିଲୀପ କୁମାର ଜେନା ଆତ୍ମ ରକ୍ଷା କାର୍ଯ୍ୟକ୍ରମର ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମକୁ ଶ୍ରୀ ସୁଶାନ୍ତ କୁମାର ସାମନ୍ତରାୟ, ବିଷ୍ଣୁ ବଳିଆରସିଂ, ସୁଶାନ୍ତ କୁମାର ରାଉତ, ଜଗନ୍ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ,ଜୟନ୍ତ ସାହୁ,ପୁଷ୍ପିତା ରାଣୀ ଦାସ, ବେବିନା ସେଠୀ ଓ ଅଧ୍ୟାପିକା ସୌଦାମିନୀ ବେହେରା, କଲ୍ୟାଣୀ ପଟ୍ଟନାୟକ, ମଞ୍ଜୁଲତା ସାହୁ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
ଏହି ପ୍ରଶିକ୍ଷଣ ଶିବିରକୁ ପ୍ରଶିକ୍ଷକ ବୈଶାଖୀ ସାହୁ ଓ ସୋନାଲି ସାମନ୍ତସିଂହାର ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା କୌଶଳ ସଂପର୍କିତ ସାମ୍ୟକ ସୁଚନା ଦେଇ କହିଥିଲେ ଯେ ବର୍ତ୍ତମାନର ଆଧୁନିକ ଯୁଗରେ ଛାତ୍ରୀ ମାନେ କିପରି ନିଜକୁ ସୁରକ୍ଷିତ ରଖିପାରିବେ ଏବଂ କିପରି ନିଜକୁ ସମାଜ ସେବାରେ ନିୟୋଜିତ କରିପାରିବେ ସେ’ସଂପର୍କରେ ଆଲୋଚନା କରିଥିଲେ।
ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା ଛାତ୍ରୀ ମାନଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ସର୍ବଶେଷରେ ଅଧ୍ୟାପକ ଶ୍ରୀ ସୁଶାନ୍ତ କୁମାର ରାଉତ ଧନ୍ୟବାଦ୍ ସହ କାର୍ଯ୍ୟକ୍ରମକୁ ସମାପ୍ତ ଘୋଷଣା କରିଥିଲେ।














