No Result
View All Result
୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲାର ମୋହନା ଠାରେ ଥିବା ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ପକ୍ଷରୁ ଆୟୋଜିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଓ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ପ୍ରସାର ପରି ପ୍ରେକ୍ଷୀରେ ଦ୍ୱିତୀୟ ଓଡ଼ିଆଭାଷା ପାଠ ଚକ୍ରର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ସିମାଞ୍ଚଳ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉଚ୍ଚଶିକ୍ଷା ବିଭାଗ ବ୍ରହ୍ମପୁରସ୍ଥିତ ଆଞ୍ଚଳିକ ନିର୍ଦ୍ଦେଶାଳୟର ଅବସର ପ୍ରାପ୍ତ ଶିକ୍ଷା ଉପ-ନିର୍ଦ୍ଦେଶକ ତଥା ନାଟ୍ୟକାର,

କବି, ଲେଖକ ଶ୍ରୀଯୁକ୍ତ ଡକ୍ଟର କୈଳାସ ଚନ୍ଦ୍ର ତ୍ରିପାଠୀ ଏବଂ ମୁଖ୍ୟବକ୍ତା ଅବସରପ୍ରାପ୍ତ ଅଧ୍ୟାପକ ତଥା ଓଡ଼ିଆ ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଡକ୍ଟର ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ଓଡ଼ିଆ ଭାଷାର ଇତିହାସ ଓ ଏହାର ବିଶେଷତ୍ୱ ଉପରେ ଆଲୋକପାତ ସହ ଶ୍ରୀ ଜଗନ୍ନାଥ ସଂସ୍କୃତିର ମହତ୍ୱ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନ କରି ଛାତ୍ରୀ, ଛାତ୍ରଙ୍କୁ ସେ ସଂପର୍କରେ ବୁଝାଇଥିଲେ
ଏହି ଅବସରରେ ଅନ୍ୟ ଏକ ଅନୁଷ୍ଠିତ ପାଠ ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବ୍ରହ୍ମପୁରସ୍ଥିତ ଶାଖା କାର୍ଯ୍ୟଳୟର ଉପ-ସଚିବ ଶ୍ରୀଯୁକ୍ତ ଡକ୍ଟର କୁଳମଣି ଓଝା ଓଡ଼ିଆ ଭାଷା ସାହିତ୍ୟର କ୍ରମ ବିକାଶ ଓ ସମାଜ ଉପରେ ଏହାର ପ୍ରଭାବ ତଥା ଗୁରୁତ୍ୱ ଉପରେ ଆଧାରିତ ତଥ୍ୟ ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନୋଡାଲ ଅଧିକାରୀ ଇଁରାଜୀ ଅଧ୍ୟାପକ ଶ୍ରୀ ଏ.ରମେଶ ସଂଚାଳନ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଡକ୍ଟର ଅନ୍ତର୍ଯ୍ୟମୀ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result