No Result
View All Result
୨୬ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନୟାଗଡ଼ :-> କ୍ଳବ ଆନୁକୁଲ୍ୟରେ ଚାଲିଥିବା ଭଏସ୍ ଅଫ୍ ନୟାଗଡ଼, ସିଜିନ୍ ୪ ର ଆଜି ଥିଲା ସେମିଫାଇନାଲ। ଜିଲ୍ଲାର ବିଭିନ୍ନ ବ୍ଳକରୁ ଚୟନ ହୋଇଥିବା ୧୭ ଜଣ ଯୁବ କଣ୍ଠଶିଳ୍ପୀଙ୍କ ମଧ୍ୟରେ ପ୍ରତିଯୋଗିତା କରାଯାଇ ଅନ୍ତିମ ପର୍ଯ୍ୟାୟକୁ ବର୍ଷାରାଣୀ ନାୟକ, ଦେବୀ ପ୍ରସାଦ ନନ୍ଦ, କିର୍ତ୍ତୀକା ମଣ୍ଡଳ, ଶୁଭସ୍ମିତା ବେହେରା, ଆଶୁତୋଷ ବେହେରା, ମିଲନ କୁମାର ସ୍ୱାଇଁ, ବିଶ୍ୱଜିତ ନାୟକ, ନୟନିକା ପଟ୍ଟନାୟକ ପ୍ରମୁଖ ୮ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି । ନୟାଗଡ଼ କ୍ଳବର ସଂପାଦକ ମିହିର ରଂଜନ ନାୟକ ପାରମ୍ପରିକ ଭାବେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିବା ବେଳେ ସଂଯୋଜନା କରିଥିଲେ କ୍ଲବର ସଦସ୍ୟ ଅରୁଣ ମହାନ୍ତି, ଅବିନାଶ ସାହୁ , ପ୍ରସନ୍ନ କୁମାର ବସନ୍ତିଆ, ବାସୁଦେବ ସାହୁ ଓ ଶରତ ଚନ୍ଦ୍ର ଆଚାର୍ଯ୍ୟ ।
ଆଜିର କାର୍ଯ୍ୟକ୍ରମରେ ବିଚାରକ ଭାବେ ବରିଷ୍ଠ ସଂଗୀତଜ୍ଞ ପ୍ରଦୀପ୍ତ କୁମାର ପଟ୍ଟନାୟକ, ଜଗଦୀଶ ରଥ ଓ ସୁରଗନ୍ଧର୍ବ ନବକିଶୋର ମିଶ୍ର ଯୋଗଦେଇଥିଲେ। ଭଏସ୍ ଅଫ୍ ନୟାଗଡ଼ର ମୁଖ୍ୟ ସଂଯୋଜକ ଧୀରେନ୍ଦ୍ର କୁମାର ପଟ୍ଟନାୟକ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ଜାନୁଆରୀ ୨୮ ତାରିଖରେ ପଠାଣି ସାମନ୍ତ ସଂସ୍କୃତି ଭବନ ପରିସରରେ ସଂଧ୍ୟା ୫ଟାରେ ଅନୁଷ୍ଠିତ ହେବ ଏବଂ ପ୍ରତିବର୍ଷ ପରି ରଂଗାରଂଗ କାର୍ଯ୍ୟକ୍ରମ ମାଧ୍ୟମରେ ଭଏସ୍ ଅଫ୍ ନୟାଗଡ଼ର ବିଜେତାଙ୍କୁ ଦଶହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବା ସହ ଓଡ଼ିଶାର ଖ୍ୟାତନାମା କଣ୍ଠଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶକମାନେ ଏଥିରେ ବିଚାରକ ଭାବରେ ଯୋଗଦେବେ ବୋଲି ସୂଚନା ପ୍ରଦାନ କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ଅଶୋକ କୁମାର ନାୟକ, ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ।

No Result
View All Result