୨୪ ଜାନୁଆରୀ ୨୦୨୪ ( ଓଡିଶା ତାଜା ନିୟୁଜ ) ନୂଆଗାଁ :-> ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ଗ୍ରାମରେ ଜଗନ୍ନାଥ କଳା ସଂସ୍କୃତି ଅନୁଷ୍ଠାନ ଆନୁକୂଲ୍ୟରେ ମଞ୍ଚସ୍ଥ ସାମାଜିକ ନାଟକ ” କହିଦେଲେ କଥା ସରିଯିବ” ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।

ତତ୍ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ପଚାରି ବୁଝିଥିଲେ । ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳବେହେରା, ବ୍ଲକ ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ, ସ୍ଥାନୀୟ ସରପଞ୍ଚ ସଞ୍ଜୟ ସାହୁ, ସମିତି ସଭ୍ୟ ଗଗନ ବିହାରୀ ମହାପାତ୍ର, ଗ୍ରାମ ସଭାପତି କାଶୀନାଥ ନାୟକ,

ମାନସ ରଞ୍ଜନ ରଥ, ବସନ୍ତ ସାହୁ, ଆଲୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିପିନ ବିହାରୀ ସାହୁଙ୍କ ନିର୍ଦ୍ଦେଶନାରେ ନାଟକ ପରିବେଷଣ କରାଯାଇଥିଲା। ଶ୍ରୀ ଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ତରଫରୁ ପ୍ରମେୟ ଖବର କାଗଜର ବ୍ଲକ ସାମ୍ବାଦିକ ହୃଦୟାନନ୍ଦ ଶାସମଲ ଓ ନାଟ୍ୟ ନିର୍ଦ୍ଦେଶକ ବିପିନ ବିହାରୀ ସାହୁଙ୍କୁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।















