୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ସୋମବାର ଦିନ ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ।ଅନୁଷ୍ଠିତ ହେବ । ଏହାକୁ ସମର୍ଥନ ଜଣାଇ ଆଜି କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ପ୍ରତାପନଗରୀ ସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଭବ୍ୟ ମହୋତ୍ସବ ଆରମ୍ଭ ହୋଇଛି ।
ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଗ୍ରାମର ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ, ମହିଳା, ବୟସ୍କ ବ୍ୟକ୍ତି ଏକତ୍ରିତ ହୋଇ ସଂକୀର୍ତ୍ତନ ହରିବୋଲ ଦେଇ ଗ୍ରାମ ପରିକ୍ରମା କରି, ଭାଣପୁର , ପାଇକସାହି, ଡାହାଳିଆବାଗ, ନୂଆଗଡ଼, ତେଲଙ୍ଗାପେଣ୍ଠ ଅଞ୍ଚଳ ପରିକ୍ରମା କରିଥିଲେ ।
ଏହି ଶୋଭାଯାତ୍ରାରେ ରାମ,ଲକ୍ଷ୍ମଣ, ଶୀତା, ହନୁମାନ, ଶିବ, ପାର୍ବତୀ ବେଶରେ ସଜ୍ଜିତ ପିଲାମାନେ ଶୋଭାଯାତ୍ରାରେ ଗଲାବେଳେ, ଜନସାଧାରଣ ସେମାନଙ୍କୁ ବନ୍ଦାପନା କରିବା ସହ, ଜୟ ଶ୍ରୀରାମ ଧୋନୀ ଦେଇ ସ୍ୱାଗତ କରିଥିଲେ । ଏହି ଶୋଭାଯାତ୍ରାରେ, ପ୍ରତାପନଗରୀ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ ସ୍ୱାଇଁ, ସଂପାଦକ ପ୍ରମୋଦ କୁମାର ବେହେରା,
ବାଦଲ କୁମାର ଜେନା, ବିଜେପି ନେତା ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ, ପାଇକସାହି ଗ୍ରାମ୍ୟ କମିଟିର ସଭାପତି ଦିଲ୍ଲୀପ କୁମାର ସ୍ୱାଇଁ, ଭରତ ବେହେରା ପ୍ରମୁଖ ଶତାଧିକ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ଶ୍ରୀରାମ ମନ୍ଦିର ପରିସରରେ ଭଜନ ସମାରୋହ ସାଙ୍ଗକୁ ପ୍ରସାଦ ଶେବନର ବ୍ୟବସ୍ଥା କରାଯାଇଛି ।ଆସନ୍ତା କାଲି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି ଗ୍ରାମ ବାସୀ ପ୍ରକାଶ କରିଛନ୍ତି ।













