No Result
View All Result
୧୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ଗାଁ :-> ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ନୟାଗଡ଼ର ପ୍ରିୟ ବିଧାୟକ ଡ଼ଃ ଅରୁଣ କୁମାର ସାହୂ ଓ ଓଡ଼ଗାଁ ବ୍ଲକ ଅଧକ୍ଷ ଲୋକନାଥ ସାହୂ ଙ୍କ ତତ୍ୱବାଧାନରେ ଆୟୋଜିତ ଓଡ଼ଗାଁ ମହୋତ୍ସବର ତୃତୀୟ ଦିନ ସନ୍ଧ୍ୟାରେ ସମାଜସେବୀ ଓ ଯୁବନେତା ବିଭୁପ୍ରସାଦ ସାହୂ ଙ୍କ ଅଧକ୍ଷତାରେ ମୁଖ୍ୟଅତିଥି ଭାବରେ ଡ଼ଃ ମାନସ ରଞ୍ଜନ ଭୋଇ,ତହସିଲଦାର ଓଡ଼ଗାଁ,ସଂମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ଜିତେନ୍ଦ୍ର କୁମାର ନାୟକ ବି ଡି ଓ ଓଡ଼ଗାଁ, ଶ୍ରୀଯୁକ୍ତ ଧୁଶାସନ ସ୍ୱାଇଁ ନିର୍ବାହୀ ଅଧିକାରୀ ଓଡ଼ଗାଁ ଏନ ଏ ସି, ଡ଼ଃ ସିଦ୍ଧାର୍ଥ ଦାଶ ଭେଷଜ ବେଶେଷଜ୍ଞ ନୟାଗଡ଼,

ଶ୍ରୀଯୁକ୍ତ ଜଗନ୍ନାଥ ସାହୂ ଓ ଶ୍ରୀଯୁକ୍ତ ପଞ୍ଚାନନ ପଣ୍ଡା ଅବସରପ୍ରାପ୍ତ ଶିକ୍ଷକ ଯୋଗଦେଇ ପ୍ରଭୁ ରଘୁନାଥ,ମାତା ସିତୟ। ଓ ଅନୁଜ ଲକ୍ଷ୍ମଣଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହିତ ପୁଷ୍ପମାଲ୍ୟ ଦେଇ ଆଜିର ମଞ୍ଚ କାର୍ଯ୍ୟକ୍ରମ କୁ ଉଦ୍ଘାଟନ ସହିତ ଓଡ଼ଗାଁ ମହୋତ୍ସବର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି ବୋଲି ପ୍ରକାଶ କରିଥିଲେ । ଏଇଠି ଶାନ୍ତି ଶୃଙ୍ଖଳା ସହିତ ଭାଇଚାରାର ସମ୍ପର୍କ ନେଇ ଏମିତି ଆକର୍ଷଣୀୟ ମେଳା କେଉଁଠି ଦେଖିବା ବିରଳ ବୋଲି ଅତିଥିମାନେ ନିଜର ବକ୍ତବ୍ୟରେ ପ୍ରକାଶ କରିଥିଲେ । ସରକାରୀ ସ୍ତରରୁ ଓ ବେସରକାରୀ ସ୍ତରରୁ ପ୍ରାୟ ଶତାଧିକ ଷ୍ଟଲ ପଡି ଭଲ ବ୍ୟବସାୟ କରୁଥିବାରୁ ଅତିଥି ମାନେ ଖୁସି ପ୍ରକଟ କରିଥିଲେ । ସ୍ଥାନୀୟ ବିଦ୍ୟାଳୟ ମାନକରୁ ଆସିଥିବା ସାଂସ୍କୃତିକ ଦଳ ମାନଙ୍କର ଆକର୍ଷଣୀୟ ନୁର୍ତ୍ୟ ପ୍ରଦର୍ଶନ ରେ ଦର୍ଶକମାନେ ବିଭୋର ହୋଇ ଉଠିଥିଲେ ।

ଏତଦ୍ବ୍ୟତୀତ ଆଜିର ବିଶେଷ ଆକର୍ଷଣ ସଂଚାର ଡ୍ୟାନ୍ସ ଗ୍ରୁପ ଭଦ୍ରକ ଓ ସାଗର ସଙ୍ଗମ ମିଉଜିକ ପାର୍ଟି କଟକ ଥିଲା । ପ୍ରତିଟି ଦଳ ନିଜ ନିଜର କଳା ନିପୁଣ ପ୍ରଦର୍ଶିତ କରି ହଜାର ହଜାର ଦର୍ଶକଙ୍କୁ ବିମୋହିତ କରିଥିଲେ ।ପ୍ରତଦିନ ବିଦ୍ୟାଳୟ ସ୍ତରରୁ ୩ ଟି ଓ ସ୍ୱତନ୍ତ୍ର ଦଳ ମଧ୍ୟରୁ ୨ ଟି ଦଳକୁ ବିଚାରକ ମାନଙ୍କ ଦ୍ୱାରା ବଛାଯାଇ ପୁନର୍ବାର ଶେଷଦିନ ନୁର୍ତ୍ୟ କରିବାର ସୁଯୋଗ ସୃଷ୍ଟି କରାଯାଇଛି । ବିଚାରକ ଭାବରେ କବି ଦୀନବନ୍ଧୁ ମହାପାତ୍ର, ପ୍ରଦୀପ କୁମାର ସାହୂ,

ଦୁର୍ଗାକାନ୍ତ ଆଚାର୍ଯ୍ୟ ଓ ନରେନ୍ଦ୍ର ତ୍ରିପାଠୀ କାର୍ଯ୍ୟ ନିର୍ବାହ କରିଥିବା ବେଳେ ରଞ୍ଜନ କୁମାର ଦାଶ ଓ ପଞ୍ଚାନନ ପଣ୍ଡାଙ୍କ ମଞ୍ଚ ପରିଚାଳନା ସହିତ ଭାବଗ୍ରାହୀ ମହାପାତ୍ର ମଞ୍ଚ ସଂଯୋଜନା କାର୍ଯ୍ୟ କରିଥିଲେ । ଓଡ଼ଗାଁ ର ନେତୃମଣ୍ଡଳୀ, ସ୍ଥାନୀୟ ଯୁବଗୋଷ୍ଠୀ,ବୁଦ୍ଧିଜୀବୀ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ମହୋତ୍ସବ ଅତ୍ୟନ୍ତ ଚିତାକର୍ଷକ ହୋଇପାରିଛି । ଓଡ଼ଗାଁ ଆଦର୍ଶ ଥାନା ଆରକ୍ଷୀ ଅଧକାରୀ ଓ କର୍ମଚାରୀଙ୍କ ପ୍ରଚେଷ୍ଟାରେ ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଛି ।

No Result
View All Result