No Result
View All Result
୧୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୁଲନଖରା ନିକଟସ୍ଥ ବମ୍ଫକୁଦ ମା ଯୋଗିଆଣୀ କ୍ରୀକେଟ କ୍ଲବ ରବିବାର ଦିନ ଆୟୋଜିତ ପଟିଆଗଡ଼ କ୍ରୀକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳି ଚଳିତ ବର୍ଷ ଚମ୍ପିୟାନ ହୋଇଛି । ପଟିଆ ଖେଳପଡିଆରେ ଆୟୋଜିତ ପଟିଆଗଡ଼ କ୍ରୀକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଭୁବନେଶ୍ବର ସାଁପୁର କ୍ରୀକେଟ କ୍ଲବ ବନାମ ବମ୍ଫକୁଦ କ୍ରୀକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ବମ୍ଫକୁଦ କ୍ରୀକେଟ କ୍ଲବର ଅଧିନାୟକ ଟୁନା ଜେନା ବ୍ୟାଟିଂ ନେଇଥିଲେ । ୨୦ ଓଭରରେ ବମ୍ଫକୁଦ ଟିମ ୧୩୭ ରନ କରିଥିଲା । ଏହାର ପ୍ରତିଜବାବ ଦେବାକୁ ଯାଇ ସାଁପୁର ଟିମ ୧୬ ଓଭରରେ ସମସ୍ତ ଉଇକେଟ ହରାଇ ୯୩ ରନ କରିଥିଲା । ବମ୍ଫକୁଦ କ୍ରୀକେଟ ଟିମ ୪୪ ରନରେ ବିଜୟୀ ହୋଇ ପଟିଆଗଡ଼ ଚମ୍ପିୟାନ କ୍ରୀକେଟ କପ ହାସଲ କରିବାରେ ସକ୍ଷମ ହୋଇଥିଲା ।

ବମ୍ଫକୁଦ କ୍ରୀକେଟ ଟିମର ବ୍ୟାଟ୍ସ ମ୍ୟାନ ଅରବିନ୍ଦ ଜେନା ( ରକି ) ଶ୍ରେଷ୍ଠ ବ୍ୟାଟ୍ସ ମ୍ୟାନ ଟ୍ରଫି ହାସଲ କରିଥିଲା ବେଳେ, ଆଫ୍ରୋଜ ଖାନ ଶ୍ରେଷ୍ଠ ବୋଲର ଭାବେ ଟ୍ରଫି ହାସଲ କରିଥିଲେ । ଆୟୋଜିତ ପୁରଷ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଚମ୍ପିୟାନ ହୋଇଥିବା ବମ୍ଫକୁଦ ଟିମକୁ ଚମ୍ପିୟାନ କପ ସହ ନଗଦ ୨୦ ହଜାର ଟଙ୍କା ପ୍ରଦାନ କରିଥିଲେ । ସାଁପୁର ଟିମକୁ ରନର୍ସ ଟ୍ରଫି ସହ ନଗଦ ୧୫ ହଜାର ଟଙ୍କା ପ୍ରଦାନ କରିଥିଲେ ।

No Result
View All Result