No Result
View All Result

୧୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ରାଷ୍ଟ୍ରୀୟ ଯୁବ ଦିବସ ଉପଲକ୍ଷେ କଟକ ଜିଲ୍ଲା ଯୁବ ଯାଦବ ମହାସଭା ତରଫରୁ ଏକ ସାଧାରଣ ସଭା ପ୍ରତାପନଗରି ସ୍ଥିତ ଧାକୁଲେଇଙ୍କ ପୀଠରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲା ଯୁବ ଯାଦବ ମହାସଭାର ସଭାପତି ତଥା ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ,

ଅଖିଳ ଭାରତୀୟ ଯାଦବ ମହାସଭା ର ସଭାପତି ସମାଜସେଵୀ ଇଞିନିୟର ପ୍ରଦୀପ ବେହେରା ମୁଖ୍ୟ ଅତିଥି,ଉତ୍କଳ ଯାଦବ ମହାସଭାର ସଂପାଦକ ନନ୍ଦଲାଲ ଜୀ , ତୀର୍ଥବାସୀ ବେହେରା ,ପ୍ରସନ୍ନ ବେହେରା , ପ୍ରମୋଦ କୁମାର ବେହେରା,

ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ଯୁବକ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁ ପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ଅତିଥି ମାନେ କହିଥିଲେ । ଏହି ଉତ୍ସବରେ ପାଞ୍ଚ ଜଣ ଅସହାୟ ଦିବ୍ୟାଙ୍ଗକୁ ହୁଇଲଚେୟାର ଆଶା ବାଡ଼ି ପ୍ରଦାନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଯୁବ ଯାଦବର ସମସ୍ତ ନେତୃବୃନ୍ଦ ଯୋଗ ଦେଇଥିଲେ ।

ଏହି ପରିପେକ୍ଷୀ ରେ ମା ଧାକୁଲେଇ ପ୍ରତାପନଗରୀ ଗ୍ରାମ୍ୟ କମିଟି ର ସଭାପତି ପ୍ରମୋଦ ସ୍ୱାଇଁ, ସମ୍ପାଦକ ପ୍ରମୋଦ କୁମାର ବେହେରା ଏବଂ ସମାଜସେଵୀ ଝରଣା ରାଉତ ପଦ୍ମାବତୀ ପ୍ରିୟଦର୍ଶିନୀ ଏବଂ ସମାଜସେବୀ ରୁକ୍ମଣୀ ଦାସ ସନ୍ତୋଷ ନାୟକ ଏବଂ ଲିଟନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ।

No Result
View All Result